ମୁମ୍ବାଇ: ବଲିଉଡ଼୍ ଅଭିନେତା ଅନୁପମ ଖେରଙ୍କ ମା’ କରୋନା ମୁକ୍ତ ହୋଇ ମେଡ଼ିକାଲରୁ ଡିସଚାର୍ଜ ହୋଇଛନ୍ତି । ଏ ସମ୍ପର୍କରେ ଅନୁପମ ଟ୍ୱିଟରରେ ଏକ ଭିଡ଼ିଓ ସେୟାର କରି ସୂଚନା ଦେଇଥିଲେ । ଭିଡ଼ିଓଟିରେ ସେ ଡାକ୍ତରଖାନାରେ ତାଙ୍କ ମା’ଙ୍କ ସହ କଥାବାର୍ତ୍ତା ହେଉଥିବାର ଦେଖାଯାଇଛି । ଅଭିନେତାଙ୍କ ମା ବର୍ତ୍ତମାନ ଘରେ ଅଛନ୍ତି ଏବଂ ଭିଡିଓଟି ସେ ଡାକ୍ତରଖାନାରୁ ଡିସଚାର୍ଜ ହେବା ଦିନର ବୋଲି କହିଛନ୍ତି। ତାଙ୍କ ମାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲେ ମଧ୍ୟ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ସମୟ ଲାଗିବ। କିନ୍ତୁ ଆପଣମାନଙ୍କ ଭଲପାଇବା ଏବଂ ପ୍ରାର୍ଥନା ପାଇଁ ଧନ୍ୟବାଦ ବୋଲି ଅନୁପମ ଖେର ଭିଡ଼ିଓରେ କହିଛନ୍ତି ।
ये वीडियो उस दिन का है जिस दिन माता को अस्पताल से डिस्चार्ज किया जा रहा था।मुझे वक़्त से पहले आया देखकर जब उसने मुझे ‘पागल’ कहा तो मैं समझ गया कि वह ठीक हो रही है😂माँ को पूर्ण रूप से स्वस्थ होने में वक़्त लगेगा।पर आपके प्यार और प्रार्थनाओं के लिए धन्यवाद।टच वुड #DulariRocks 🙏 pic.twitter.com/BXXK7f0Tdz
— Anupam Kher (@AnupamPKher) July 24, 2020
ସୂଚନା ମୁତାବକ,ଅନୁପମ ଖେରଙ୍କ ପରିବାରର ଅନେକ ସଦସ୍ୟ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିଲେ। ତାଙ୍କ ମା’ ଦୁଲାରୀ ଦେବୀ, ଭାଇ ରାଜୁ, ତାଙ୍କ ପତ୍ନୀ ଏବଂ ଝିଆରୀ ଏହି ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡିଥିଲା।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0