ମୁମ୍ବାଇ: ପ୍ରସିଦ୍ଧ ବଲିଉଡ଼ ଅଭିନେତା ବିଶାଲ ଆନନ୍ଦଙ୍କର ମୃତ୍ୟୁ ଘଟିଛି । ଏହି ଖବର ସାରା ଦେଶକୁ ସ୍ତବ୍ଧ କରିଛି । କିଛି କାଳ ଧରି ସେ ଅସୁସ୍ଥ ଥିଲେ । ୧୯୭୬ର ଲୋକପ୍ରିୟ ଚଳଚ୍ଚିତ୍ର ‘ଚଲତେ ଚଲତେ’ରେ ତାଙ୍କର ଅଭିନୟର ଯାଦୁ ଦେଖାଇ ସାରା ଦେଶରେ ପ୍ରସିଦ୍ଧି ଲାଭ କରିଥିଲେ । ଏହି ଫିଲ୍ମର ସୁପରହିଟ ଗୀତ ‘ଚଲତେ ଚଲତେ…ମେରେ ୟେ ଗୀତ ୟାଦ ରଖନା’ ତାଙ୍କୁ ଦର୍ଶକଙ୍କ ନିକଟତର କରିଥିଲା । ସେହିପରି ହିନ୍ଦୁସ୍ତାନ କି କସମ ଓ ଟ୍ୟାକ୍ସି ଡ୍ରାଇଭର ଭଳି ଅନେକ ଚର୍ଚ୍ଚିତ ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ । ସେ ବଲିଉଡ଼ରେ ମୋଟ ୧୧ଟି ଫିଲ୍ମରେ ତାଙ୍କର ଅଭିନୟର ଯାଦୁ ଦର୍ଶକଙ୍କୁ ଦେଖାଇ ପାରିଥିଲେ । ବିଶାଲ ଆନନ୍ଦଙ୍କ ପ୍ରକୃତ ନାମ ଭିଷ୍ମ କୋହଲି ଥିଲା । ତେବେ ଆନନ୍ଦଙ୍କ ମୃତ୍ୟୁ ସମୟରେ ତାଙ୍କୁ ୮୨ ବର୍ଷ ହୋଇଥିବାର ସୂଚନା ମିଳିଛି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0