ମୁମ୍ବାଇ: ସାରା ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିଚାଲୁଥିବା ବେଳେ ଏଥିରୁ ବାଦ ପଡି ନାହାଁନ୍ତି ବଲିଉଡ ଅଭିନେତା । ତେବେ ବଲିଉଡର ପ୍ରସିଦ୍ଧ ଫିଲ୍ମ ଅଭିନେତା, ନିର୍ମାତା ଓ ନିଦେ୍ର୍ଦଶକ ନିଖିଲ ଦ୍ୱିବେଦୀ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ନିକଟରେ ନିଖିଲ ଦ୍ବିବେଦୀ ଅସୁସ୍ଥ ଅନୁଭବ କରୁଥିଲେ। ଏହା ପରେ ସେ ନିଜର କରୋନା ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏହା ପରଠୁ ତାଙ୍କୁ ଘରେ କ୍ବାରେଣ୍ଟାଇନ୍ ରହିବାକୁ ପରାମର୍ଶ ଦିଆଯାଇଛି। ଏହା ସହିତ ତାଙ୍କ ପତ୍ନୀ ଗୌରୀ ପଣ୍ଡିତଙ୍କ ମଧ୍ୟ କୋଭିଡ-୧୯ ପରୀକ୍ଷା କରାଯାଇଥିଲା।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0