spot_img

ଦିନକୁ ଦିନ ବଢିବାରେ ଲାଗିଛି ଆଡିଲେଡରେ କରୋନା ସଂକ୍ରମଣ

ସିଡନୀ: ଆସନ୍ତା ଭାରତ ଓ ଘରୋଇ ଦଳ ଅଷ୍ଟ୍ରେଲିଆ କ୍ରିକେଟ ଦଳ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ ଆଡିଲେଡରେ ଖେଳାଯିବାକୁ ସ୍ଥିର ହୋଇଛି । ତେବେ ଦିନକୁ ଦିନ ଆଡିଲେଡରେ ବଢୁଥିବା କରୋନା ସଂକ୍ରମଣ ଏବେ ଚିନ୍ତାର ବିଷୟ ପାଲଟିଛି । ଏପରି ହେବା ଦ୍ୱାରା ଆସନ୍ତା ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳାଯିବାକୁ ନେଇ ଆଶଙ୍କା ଉଠିଛି । ଅନ୍ୟପଟେ ଆଡିଲେଡରେ ଡିସେମ୍ବର ୧୭ରୁ ନିଶ୍ଚିତ ଭାବରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ସ୍ପଷ୍ଟ କରିଛି । ସୂଚନା ମୁତାବକ, ଆଡିଲେଡ ହେଉଛି ଦକ୍ଷିଣ ଅଷ୍ଟ୍ରେଲିଆର ରାଜଧାନୀ । ସେଠାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ହେବା ଫଳରେ ନିକଟବର୍ତ୍ତୀ ସହର ଗୁଡିକ ନିଜ ସୀମା ବନ୍ଦ କରି ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଘୋରଇ ଦଳର କ୍ରିକେଟରଙ୍କୁ କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ ବିମାନ ଯୋଗେ ନ୍ୟୁସାଉଥ ୱେଲସକୁ ପଠାଇ ଦିଆଯାଇଛି । ସେହିପରି ଅଷ୍ଟ୍ରେଲିଆ ଟି-୨୦ ଓ ଦିନିକିଆ ଦଳରେ ସ୍ଥାନ ପାଇଥିବା ଖେଳାଳିମାନଙ୍କୁ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ସିଡନୀ ପଠାଇ ଦିଆଯାଇଛି । ଅନ୍ୟପଟେ ଭାରତୀୟ କ୍ରିକେଟ ଦଳ ସିଡନୀରେ ବର୍ତ୍ତମାନ ସଙ୍ଗୋରୋଧରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular