spot_img

ଶିକ୍ଷାମିତ୍ର ନିଯକ୍ତି ମାମଲାରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଶିକ୍ଷାମିତ୍ର ନିଯକ୍ତି ମାମଲାରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଆହ୍ଲାବାଦ୍ ହାଇକୋର୍ଟଙ୍କ ରାୟକୁ କାଏମ ରଖି ସୁପ୍ରିମକୋର୍ଟ କହିଛନ୍ତି ଯେ, ଶିକ୍ଷାମିତ୍ର ନିଯୁକ୍ତି କ୍ଷେତ୍ରରେ କଟ୍ ଅଫ୍ ମାର୍କ ୬୦ ରପୁ ୬୫ ମଧ୍ୟରେ ରହିବ । ସେଥି ମଧ୍ୟରୁ ସଂରକ୍ଷିତ ବର୍ଗଙ୍କ ପାଇଁ କଟ୍ ଅଫ୍ ମାର୍କ ୬୦ ପ୍ରତିଶତ ଏବଂ ସାଧାରଣ ବର୍ଗଙ୍କ ପାଇଁ ୬୫ ପ୍ରତିଶତ ରହିବ । ବିଚାରପତି ୟୁ.ୟୁ. ଲଳିତଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଉତ୍ତରପ୍ରଦେଶ ପ୍ରାଥମିକ ଶିକ୍ଷାମିତ୍ର ସଂଘ ପକ୍ଷରୁ ଦାଖଲ କରାଯାଇଥିବା ମାମଲାକୁ ଖାରଜ କରିଛନ୍ତି । ୨୦୧୮ ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ୬୯ ହଜାର ଶିକ୍ଷାମିତ୍ର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଏଥିରେ କଟ୍ ଅଫ୍ ମାର୍କ ସଂରକ୍ଷିତ ବର୍ଗଙ୍କ ପାଇଁ ୪୦ ପ୍ରତିଶତ ଏବଂ ସାଧାରଣ ବର୍ଗଙ୍କ ପାଇଁ ୪୫ ରଖାଯାଇଥିଲା । ପରବର୍ତ୍ତୀ ସମୟରେ କଟ୍ ଅପ୍ ମାର୍କକୁ ବଢାଇ ସାଧାରଣ ବର୍ଗଙ୍କ ପାଇଁ ୬୫ ଏବଂ ସଂର
କ୍ଷିତ ବର୍ଗଙ୍କ ପାଇଁ ୬୦ ପ୍ରତିଶତ କରାଯାଇଥିଲା । ଏହାକୁ ବିରୋଧ କରି ପୂର୍ବ କଟ୍ ଅଫ୍ ମାର୍କକୁ ରଖିବା ଲାଗି ହାଇକୋର୍ଟରେ ମାମଲା ଦାଏର କରାଯାଇଥିଲା । ହାଇକୋର୍ଟ ସରକାରଙ୍କ ନିଷ୍ପତ୍ତି ସପକ୍ଷରେ ରାୟ ଦେଇଥିଲେ । ଏହା ପରେ ହାଇକୋର୍ଟଙ୍କ ରାୟକୁ ବିରୋଧ କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular