ହନିମୁନ ପାଇଁ କାଶ୍ମୀର ଗଲେ ବଲିଉଡ଼ ସିଙ୍ଗର ଆଦିତ୍ୟ ନାରାୟଣ । ଏନେଇ ଆଦିତ୍ୟ ନିଜ ପତ୍ନୀ ଶ୍ୱେତାଙ୍କ ସହ କିଛି ଫଟୋ ନିଜ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଯେଉଁଥିରେ ଆଦିତ୍ୟ କ୍ୟାପସନ ଲେଖିଛନ୍ତି ସେ ପ୍ରଥମ ଥର ପାଇଁ ପୃଥିବୀର ସ୍ୱର୍ଗ କାଶ୍ମୀର ଆସିଛନ୍ତି ।

ତେବେ ଦୁଇ ଜଣ ବିବାହ କରି ବେଶ ଖୁସିଥିବାର ନଜର ଆସୁଛନ୍ତି । କିଛିଦିନ ତଳେ ଏହି ଯୋଡ଼ି ବିବାହ ବିନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହପରେ ଦୁହିଁଙ୍କର ରିସେପନ ପାର୍ଟିର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋଇଥିଲା । ଯେଉଁଥିରେ ଗୋବିନ୍ଦାଙ୍କ ସମେତ ଅନେକ ବଡ଼ବଡ଼ କଳାକାର ଯୋଗ ଦେଇଥିଲେ । ଏବେ ଏହି ଯୋଡ଼ି କଶ୍ମୀରର ପ୍ରାକୃତିକ ଶୋଭାକୁ ଉପଭୋଗ କରୁଥିବାର ନଜର ଆସିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0