spot_img

ରାଇସ ମିଲରେ ଉପଜିଲ୍ଲାପାଳଙ୍କ ଚଢାଉ

ନବରଙ୍ଗପୁର: ମଣ୍ଡି ସମସ୍ୟା ରାଜ୍ୟର ଏକ ବଡ଼ ସମସ୍ୟା ହୋଇଥିବା ବେଳେ ଉମରକୋଟରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି । ଟାର୍ଗେଟ ଆସି ନଥିବାରୁ ଧାନ କ୍ରୟ ହେଉନଥିବା ବେଳେ ଏବେ ଚିନ୍ତାରେ ଅଛନ୍ତି ଚାଷୀ । ମିଲର୍ସମାନଙ୍କୁ ବିଭିନ୍ନ ମଣ୍ଡିରୁ ଧାନ ଉଠାଇବା ପାଇଁ ଯୋଗାଣ ବିଭାଗ ଆଦେଶ ଦେଇଥିବା ବେଳେ ତଥାପି ମଣ୍ଡିରୁ ଉଠି ପାରୁନାହିଁ । ଏହି ସମୟରେ ନବରଙ୍ଗପୁର ଉପଜିଲ୍ଲାପାଳ ଭାସ୍କର ରଇତ ହଠାତ ଉମରକୋଟ ସ୍ଥିତ କଳିଙ୍ଗ ରାଇସ ମିଲରେ ପହଞ୍ଚି ଚଢ଼ାଉ କରିବା ସହ ମିଲରେ ମିଲିଙ୍ଗ ପାଇଁ କେତେ ପରିମାଣର ଧାନ ସଂଗ୍ରହ କରାଯାଇଛି, କେତେ ପରିମାଣରେ ଗଚ୍ଛିତ ରହିଛି ଓ ମଣ୍ଡିରୁ କେତେ ପରିମାଣର ଧାନ ଉଠାଇଛନ୍ତି ତାହାର ଯାଞ୍ଚ କରିଥିଲେ । ମିଲ ମାଲିକ କେତେ ପରିମାଣର ଧାନ ଗଚ୍ଛିତ ରଖିଛନ୍ତି ତାହାର ସଠିକ ତଥ୍ୟ ଦେଇନଥିବା କାରଣରୁ ଏବଂ ରେଜିଷ୍ଟର ଅନୁସାରେ ଷ୍ଟକରେ ତାଳମେଳ ରହିଥିବାରୁ ମିଲକୁ ସିଲ କରିଛନ୍ତି ଉପଜିଲ୍ଲାପାଳ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular