ଭୁବନେଶ୍ୱର: ବିବାଦୀୟ ଏନଏମଏର ଚିଠା ବାଇ ଲ ପ୍ରତ୍ୟାହାର ହେବା ପରେ ଶ୍ରୀମନ୍ଦୀର ସେବାୟତମାନେ ଆସ୍ୱସ୍ତି ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ଉଦ୍ୟମ ଫଳରେ ଏଭଳି ଏକ କଳା ଚିଠା ଅଧିନିୟମ ପ୍ରତ୍ୟାହାର ହେଲା ବୋଲି ସେବାୟତମାନେ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତ୍ୱରିତ ପଦକ୍ଷେପ ଯୋଗୁ ଏହା ସମ୍ଭବ ହୋଇଛି। ଏଥିପାଇଁ ଆଜି ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବାକୁ ନବୀନ ନିବାସରେ ପହଞ୍ଚିଛନ୍ତି। ଜାନୁଆରୀ ୧୮ରେ ଏନଏମଏ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ଏବଂ ଏଏସଆଇ ଦ୍ୱାରା ସଂରକ୍ଷିତ ଅନ୍ୟ କେତକ ମନ୍ଦିର ବାବଦରେ ନୋଟିସ ଜାରି କରିଥିଲେ। ଏଥିପାଇଁ ଫେବୃଆରୀ ୧୮ ତାରିଖ ପର୍ୟ୍ୟନ୍ତ ସମୟ ଧାର୍ୟ୍ୟ କରାଯାଇଥିଲା। ତେବେ ଦୁଇଦିନ ତଳେ ଏ ସମ୍ପର୍କରେ ଜଣାପଡ଼ିବା ପରେ ଶ୍ରୀମନ୍ଦିର ସେବାୟତ, ଭକ୍ତ ଓ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0