spot_img

କେ ନିମିନା ଗୋଷ୍ଠୀ ସାଧନ କେନ୍ଦ୍ରର ଶୁଭ ଉଦଘାଟନ

ଗଞ୍ଜାମ: କେ ନିମିନା ଗୋଷ୍ଠୀ ସାଧନ କେନ୍ଦ୍ରର ଶୁଭ ଉଦଘାଟନ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅଞ୍ଚଳରେ ଏହାର ଉଦଘାଟନ ହୋଇଛି । ଶୁକ୍ରବାର ସ୍ଥାନୀୟ ବିଧାୟକ ଲଳିତା ପ୍ରଧାନଙ୍କ ଉପସ୍ଥିତିରେ ଏହାର ଉଦଘାଟନ କରାଯାଇଛି । ଆମ ଗାଁ ଆମ ବିକାଶ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ବ୍ୟୟରେ ଏହା ନିର୍ମାଣ କରାଯାଇଛି । ଗୋଷ୍ଠୀ ସାଧନ କେନ୍ଦ୍ର କେ ନିମିନା ଜନସାଧାରଣଙ୍କ ଉଦେ୍ଦଶ୍ୟରେ ଲୋକାର୍ପିତ ହୋଇଛି । ଗ୍ରାମରେ ବିଭିନ୍ନ ଉତ୍ସବ, ଭୋଜିଭାତ ତଥା ସାମୁହିକ କାର୍ଯ୍ୟ ନିମିତ୍ତ ଏହି ଗୋଷ୍ଠୀ ସାଧନ କେନ୍ଦ୍ରକୁ ବ୍ୟବହାର କରାଯିବ । ଗ୍ରାମରେ ଏକ କଲ୍ୟାଣ ମଣ୍ଡପ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ପାଇଁ ଦୀର୍ଘ ଦିନ ଧରି ଦାବି ହୋଇଥିଲା ଏବଂ ଗ୍ରାମବାସୀଙ୍କ ପାଇଁ ଏହା ବେଶ୍ ଉପଯୋଗୀ ହେବ ବୋଲି ବିଧାୟକ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବେଗୁନିଆପଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular