ଭୁବନେଶ୍ବର : ଇ-କର୍ମସ ୱେବସାଇଟ୍ରେ ଆମାଜନର ନିର୍ମାଲ୍ୟ ବିକ୍ରିକୁ କେନ୍ଦ୍ର କରି ବିବାଦ ତେଜିବାରେ ଲାଗିଛି। ଆମାଜନରେ ଅନଲାଇନରେ ନିର୍ମାଲ୍ୟ ବିକ୍ରୀ କରିବା ନେଇ ସିଂହଦ୍ବାର ଥାନାରେ ଆମାନଜ ବିରୋଧରେ ଏତଲା ଦିଆଯାଇଛି। ଅନଲାଇନରେ ନିର୍ମାଲ୍ୟ ବିକ୍ରୀ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯାଇଛି।କେଉଁ ଆଧାରରେ ଓ କାହା ନିର୍ଦ୍ଦେଶରେ ଆମାଜନ ନିର୍ମାଲ୍ୟ ବିକ୍ରୀ କରୁଛି ସେ ନେଇ ଏତଲାରେ ଦର୍ଶାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଧାରା 30(ଏ), ଆଇପିସି 109 ଏବଂ 295 ରେ ମାମଲା ରୁଜୁ କରିବାକୁ ପୁରୀ ପ୍ରଶାସନ ପକ୍ଷରୁ କୁହାଯାଇଛି।
ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ ଅନ୍ଲାଇନ୍ରେ ବିକ୍ରି ହେଉଛି ନିର୍ମାଲ୍ୟ । ଅନଲାଇନରେ ଅଧିକ ଦରରେ ନିର୍ମାଲ୍ୟ ବିକ୍ରି ହେଉଛି । ପ୍ରଥମେ ଆମାଜନ ଇଣ୍ତିଆ ଏହାକୁ ଦୀର୍ଘବର୍ଷ ଧରି ବିକ୍ରି କରୁଥିବାର ଅଭିଯୋଗ ଆଣିଥିଲେ ସେବାୟତ ଶମ୍ଭୁନାଥ ଖୁଣ୍ଟିଆ । ପରେ ଏନେଇ ସୁଆର ମହାସୁଆର ନିଯୋଗ ପକ୍ଷରୁ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଥିଲା । ଏବେ ଶ୍ରୀମନ୍ଦିର ପ୍ରଶାସନ ଏତଲା ଦେଇଛି ।



Visitors Today : 0
Total Visitors : 130426
Total Views : 9891957
Visitors Online Now : 0