spot_img

ଫେରିଲା ମହାପ୍ରଭୁଙ୍କ ନାଗାର୍ଜୁନ ବେଶର ଚନ୍ଦ୍ରସୂର୍ଯ୍ୟ

ଭୁବନେଶ୍ୱର: ଫେରିଲା ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶର ଚନ୍ଦ୍ରସୂର୍ଯ୍ୟ । ଗତ ୨୭ ତାରିଖ ଦିନ ନାଗାର୍ଜୁନ ବେଶ ଲାଗି ପରେ ୨୮ତାରିଖରେ ଚନ୍ଦ୍ରସୂର୍ଯ୍ୟ ଶ୍ରୀମନ୍ଦିର ବାହାରକୁ ଅଣାଯାଇଥିଲା । କାହିଁକି ଆଉ କିଏ ଆଣିଥିଲା ସେନେଇ ତଦନ୍ତ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିଲା ନିର୍ଦ୍ଦେଶ । ତେବେ ଏକ ନିର୍ଦ୍ଦିଷ୍ଟ କାରଣ ପାଇଁ ଚନ୍ଦ୍ରସୂର୍ଯ୍ୟ ଶ୍ରୀମନ୍ଦିର ବାହାରକୁ ପଠାଯାଇଥିବା ସୂଚନା ମିଳିଛି । ଏଭଳି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର । ଏବେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶର ଚନ୍ଦ୍ରସୂର୍ଯ୍ୟ ଶ୍ରୀମନ୍ଦିରକୁ ଫେରିଛି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular