ବଡ଼ବିଲ: ମାଟିର ପୁଅଙ୍କୁ ଅଣା ଦେଖା କରୁଛନ୍ତି ଖଣି କମ୍ପାନୀ । ଏପରି ଅଭିଯୋଗ କରିଛନ୍ତି ଯୋଡ଼ା ବ୍ଲକର ତିନଟି ପଞ୍ଚାୟତର ଲୋକ । ବଳଦା,ନୟାଗଡ଼ ଓ ବଡ଼ କାଳିମାଟି ପଞ୍ଜାୟତର ଜନ ସାଧାରଣ ଏକତ୍ରିତ ହୋଇ କମ୍ପାନୀର ମନମୁଖୀ କାର୍ଯ୍ୟକୁ ପ୍ରତିବାଦ କରିଛନ୍ତି । ୨୦୧୮ ମସିହାରୁ ଆଦିବାସୀମାନେ ନିଜର ନ୍ୟାର୍ଯ୍ୟ ଅଧିକାର ପାଇଁ ସେରାରୁଦ୍ଦିନ ଖଣି କମ୍ପାନୀ ସମ୍ମୁଖରେ ପ୍ରତିବାଦ କରିଆସୁଛନ୍ତି । ଭାରତ ସରକାରଙ୍କ ନିଲାମି ପ୍ରକ୍ରିୟା ଅନୁସାରେ କମ୍ପାନୀକୁ ପଚାଶ ବର୍ଷ ପାଇଁ ନବୀକରଣ କରାଯାଇଛି । କମ୍ପାନୀ ନୂତନଭାବେ କାର୍ଯ୍ୟ ପରିଚାଳନା କରୁଛିି । ଯାହାର ପ୍ରଭାବ ନିକଟସ୍ତ ଆଦିବାସିଙ୍କ ଉପରେ ପଡ଼ୁଛି । ଯେଉଁଥି ପାଇଁ ଖଣି ଗେଟ ସମ୍ମୁଖରେ ସେମାନେ ବସି ଅନଶନ କରିଛନ୍ତି । ଯେଉଁଥିରେ ତ୍ରିଦେବ ସଂଙ୍ଗଠନ ଓ ବଡ଼କାଳିମାଟି ଡ଼େଭଲମେଣ୍ଟସୋସାଇଟି ସାମିଲ ହୋଇଛି । ତେବେ ଏହି ପ୍ରତିବାଦ ଆଗକୁ ଅଧିକ ତ୍ରିବ ହେବା ସହ ମୁଖ୍ୟମନ୍ତ୍ରଙ୍କ ନିକଟରେ ଅଭିଯୋଗ ଜଣାଇବା ନେଇ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ସ୍ଥାନୀୟ ଜନସାଧାରଣ ।



Visitors Today : 1
Total Visitors : 130211
Total Views : 9891679
Visitors Online Now : 0