ନବରଙ୍ଗପୁର: ପୁଣି ମାଓ ବ୍ୟାନର ଦେଖିବାକୁ ମିଳିଛି ନବରଙ୍ଗପୁର-ଜିଲ୍ଲା ସୀମାନ୍ତ ବର୍ତ୍ତି ରାଇଘର ହାତୀଗାଁ ରାସ୍ତାରେ l ଗଛ ପକାଇ ଅବରୋଧ ସହ ଦୁଇଟି ମାଓ ବ୍ୟାନେର ଓ ପୋଷ୍ଟର ,ରାସ୍ତା ମଝିରେ ଗାତ ଖୋଳିବା , ରାସ୍ତା କଡରେ ଏକ କେଟଳି ସହିତ ସଂଯୋଗ ବିଦ୍ୟୁତ ତାର ଖଞ୍ଜା ଯାଇଥିବା ଦେଖିବାକୁ ମିଳିଛି। ମେନପୁର-ନୂଆପଡା ମାଓବାଦୀ ଡିଭିଜନ ପକ୍ଷରୁ ଜଙ୍ଗଲ କାଟିବା ବନ୍ଦ କରିବା , ଜଙ୍ଗଲ ସଫା କରୁ ଥିବା ବ୍ୟକ୍ତିକୁ ଦଣ୍ଡ ଦେବା ,ଜଳ, ଜଙ୍ଗଲ ,ଜମି ଜନତାର ଅଧିକାର ଏହି ପରି ୧୧ଟି ଦାବିକୁ ନେଇ ବ୍ୟାନେର, ପୋଷ୍ଟର ରେ ଉଲେଖ ରହିଛି । ପୋଲିସ ବର୍ତମାନ ସୁଦ୍ଧା ପହଞ୍ଚି ନାହିଁ। ସୂଚନା ଯୋଗ୍ୟ ରାଇଘର ,ଉମରକୋଟ ବନ ବିଭାଗ ଜଙ୍ଗଲ ସୁରକ୍ଷା ରେ ବିଫଳ ହୋଇଛି ଏହି ଦୃଶ୍ୟ ଦେଖିବାକୁ ମିଳିଛି ହାତୀ ଗାଁ ପଞ୍ଚାୟତ ର କୋମକାଯୋଡି ଗ୍ରାମ ରେ ଓ ଉମରକୋଟ ବ୍ଲକ୍ ଅନ୍ତର୍ଗତ କୁର୍ଷି ପଞ୍ଚାୟତ ର ପଦମ୍ ଝରି ଗାଁରେ ଜଙ୍ଗଲ ରେ ନିଆ ଲଗେଇ ଜଙ୍ଗଲ ସଫା କରି ଚାଷ କରିବାକୁ ବିରୋଧ କରୁଛନ୍ତି ମାଓବାଦୀ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0