spot_img

ଚଳନ୍ତା ବସରେ ଅଗ୍ନିକାଣ୍ଡ

ଚଳନ୍ତା ବସରେ ଅଗ୍ନିକାଣ୍ଡ । ହାଟଡିହି ତହସିଲ ଛକ ନିକଟରେ ‘ଶ୍ରୀ ଲକ୍ଷ୍ମୀ’ ନାମକ ବସରେ ନିଆଁ ଲାଗିଯାଇଛି । ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିବା ଫଳରେ ବସରୁ ପ୍ରବଳ ଧୂଆଁ ବାହାରିଥିଲା । କୌଣସି କାରଣରୁ ବସ୍ ବ୍ୟାଟେରିରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ମାତ୍ର ହଠାତ୍ ବସ୍ ଡ୍ରାଇଭର ଗାଡି ଅଟକାଇ ସମସ୍ତ ଯାତ୍ରୀଙ୍କୁ ବାହାରକୁ ବାହାର କରି ଦେଇଥିଲେ । ବସରେ ୩୦ ରୁ ଅଧିକ ଯାତ୍ରୀ ଥିବା ବେଳେ ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସ୍ଥାନୀୟ ଲୋକଙ୍କ ସହଯୋଗରେ ବସରେ ନିଆଁ ଆୟତ୍ତ ହୋଇଥିବା ଜଣାପଡିଛି । ବସ୍ଟି ଭଦ୍ରକରୁ ଖିଚିଂ ଯାଉଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular