spot_img

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଜଣେ ଗିରଫ

କାକଟପୁର: ପୁଣି ଛାତ୍ରୀ ହେଲେ ଅସଦାଚରଣର ଶିକାର । ପୁରୀ ଜିଲ୍ଲା କାକଟପୁରରେ ଶୁକ୍ରବାର ଜଣେ ଛାତ୍ରୀ ତାଙ୍କ ଭାଇଙ୍କ ସହ ଘରକୁ ଫେରୁଥିବା ବେଳେ ଅସଦାଚରଣର ଶିକାର ହୋଇଛନ୍ତି । ତିନି ଜଣ ଯୁବକ ଏକ ବାଇକ ରେ ଆସି ଛାତ୍ରୀଙ୍କୁ ଚାପୁଡା ମାରିବା ସହ ଭିଡିଓ ରେକର୍ଡିଙ୍ଗ କରିଥିଲେ । ଛାତ୍ରୀଙ୍କର ମାଆ ଏ ସମ୍ପର୍କରେ କାକଟପୁର ଥାନାରେ ଏତଲା ଦେଇଥିଲେ । ପୋଲିସ୍ ଜଣଙ୍କୁ ଗିରଫ କରିବା ସହ ଏକ ମୋବାଇଲ ଜବତ କରିଛି । ମୋବାଇଲଟିରେ ଛାତ୍ରୀଙ୍କୁ ଅସାଦାଚରଣ ଭିଡିଓ ରେକର୍ଡିଂ କରାଯାଇଥିଲା । ପୋଲିସ ଭାରତୀୟ ଦଣ୍ଡ ବିଧାନ ଆଇନ ୨୧୪/ ୨୦ ରୁଜୁ କରି ଜଣକୁ କୋର୍ଟ ଚାଲାଣ କରିବା ସହ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular