ବଚିଂବା ପାଇଁ ରାଜ୍ୟ ବାହାରୁ ଆସି ବାଉଁଶରାଣୀ ଖେଳ ଦେଖାଉଛି କୁନି ଝିଅ କ୍ଷଏହିପରି ଦୃଶ୍ୟ ଟି ବୈପାରୀଗୁଡା ସଦର ମହକୁମା ସ୍ଥିତ ଶହୀଦ ଲଷ୍ମଣ ନାୟକ ଚାରିଛକ ଠାରେ ଦେଖିବାକୁ ମିଳିଛି କ୍ଷଛତିଶଗଡର ବିଲସପୁର ଅଂଚଳ ଗୋଟିଏ ପରିବାର କୁନି ଝିଅଙ୍କୁ ନେଇ ବାଉଁଶରାଣୀ ଖେଳ ପ୍ରଦର୍ଶନ କରି ନିଜର ପରିଵାର ପ୍ରତିପୋଷଣ କରିଥାନ୍ତି କ୍ଷବାଉଁଶରେ ରଶିରେ କୁନି ଝିଅ ଟିଏ ।ବାପାମା’ଙ୍କ ସହ ପେଟ ପାଇଁ ନାଟ କରୁଛି । ପେଟର ଭୋକ ସେମାନଙ୍କୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଟାଣି ଆଣିଛି ।ଲକଡାଉନରେ ସବୁ ଚାଲିଗଲା । ପ୍ରଥମେ ନିଜ ରାଜ୍ୟରେ ଖେଳ ଦେଖାଉଥିଲେ , ଆଉ ନିଜ ଗାଁରେ ଛୋଟିଆ ମୋଟିଆ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିଲେ । ହେଲେ ଲକଡାଉନରେ ଏଭଳି ସ୍ଥିତି ହୋଇଗଲା ଯେ ଆଉ ଖାଇବା କୁ ମଧ୍ୟ ପାଇଲେ ନାହିଁ ।ପରେ ଲକଡାଉନ ଖୋଲିବା ପରେ କୋରାପୁଟ ଅଂଚଳର ବିଭିନ୍ନ ଗାଁ ରେ ଖେଳ ଦେଖାଇ କିଛି ଟା ରୋଜଗାର କରୁଥିବା ପ୍ରକାଶ କରିଛନ୍ତି ପରିବାର ଲୋକେ



Visitors Today : 1
Total Visitors : 130301
Total Views : 9891804
Visitors Online Now : 0