ଆଇପିଏଲର ଏବେ ସବୁଠୁ ମହଙ୍ଗା ଟିମ୍ ଭାବେ ଉଭା ହୋଇଛି ଲକ୍ଷ୍ନୌ । ଏହି ଟିମକୁ ଆରପି-ଏସଜି ଗ୍ରୁପ ୭୦୯୦ କୋଟି ଟଙ୍କାରେ କିଣିଛି । ଯାହାକି ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ହେଉ । ତେବେ ଏହି ଆରପି-ଏସଜି ଗ୍ରୁପର ଚେୟାରମ୍ୟାନ୍ ହେଉଛନ୍ତି ଦେଶର ଜଣାଶୁଣା ଉଦ୍ୟୋଗପତି ସଞ୍ଜୀବ ଗୋଏଙ୍କା । ତେବେ ତାଙ୍କର ଏହି ଗ୍ରୁପ କେବଳ କ୍ରିକେଟ୍ ଜଗତ ନୁହେଁ ବରଂ ଦେଶର ବିଭିନ୍ନ କ୍ଷେତ୍ରରେ ମଧ୍ୟ ସକ୍ରିୟ ଅଛି । ବିଜୁଳି, ମିଡିଆ, ସ୍ପୋର୍ଟସ ଓ ଶିକ୍ଷା କ୍ଷେତ୍ରରେ ଏହି ଆରପି-ଏସଜି ଗ୍ରୁପ ବେଶ ସକ୍ରିୟ ରହିଛି । ତେବେ ଆରପି-ଏସଜି ଗ୍ରୁପରେ ଏବେ ୫୦ ହଜାର କର୍ମଚାରୀ କାମ କରୁଥିବା ସୂଚନା ରହିଛି ।

ଆରପି-ଏସଜି ଗ୍ରୁପ ପାଇଁ ଏଥର ଆଇପିଏଲ ନୂଆ ନୁହେଁ । ଏହାପୂର୍ବରୁ ଏହି ଗ୍ରୁପ ୨୦୧୬ ଓ ୨୦୧୭ରେ ଆଇପିଏଲ ଦଳ ରାଇଜିଂ ପୁଣେ ସୁପରଜ୍ୟାଣ୍ଟସର ମାଲିକ ଥିଲା । ଏହି ଦଳର ଅଧିନାୟକ ରହିଥିଲେ ମହେନ୍ଦ୍ର ସିଂହ ଧୋନୀ । ତେବେ ଗୋଟିଏ ସିଜିନ୍ ପରେ ଏହାର ଅଧିନାୟକ ବଦଳି ହୋଇଯାଇଥିଲା । ଯାହାକୁ ନେଇ ଏହି ଆରପି-ଏସଜି ଗ୍ରୁପ ଉପରେ ବିବାଦ ଛିଡା ହୋଇଥିଲା । ତେବେ କେବଳ ଆଇପିଏଲ୍ ନୁହେଁ ଏହା ପୂର୍ବରୁ ସଞ୍ଜୀବ ଗୋଏଙ୍କା ଗ୍ରୁପ ଫୁଟବଲରେ ମଧ୍ୟ ନିଜର ପୁଞ୍ଜିନିବେଶ କରିଛି । ଏହା ଗ୍ରୁପର ମାଲିକାନାରେ ରହିଛି ଇଣ୍ଡିଆନ୍ ସୁପର ଲିଗର ଦଳ ମୋହନ ବାଗାନ କ୍ଲବ । ତା ସହିତ ଏହି ଗ୍ରୁପ ଟେବୁଲ ଟେନିସରେ ମଧ୍ୟ ଦଳ କିଣି ନିଜର ମାଲିକାନା ରଖିଛି ।
ଅନ୍ୟପଟେ ଅହମ୍ମଦାବାଦ ଟିମକୁ କିଣିଛି ସିବିସି ଗ୍ରୁପ । ଏହା ଏକ ବିଦେଶୀ କମ୍ପାନୀ । ଏହି କମ୍ପାନୀ ପୁଞ୍ଜିନିବେଶ କରିବା ସହିତ କ୍ରିକେଟ୍ ଜଗତରେ ମଧ୍ୟ ଏବେ ପାଦ ଥାପିଛି । ତେବେ ଏହାପୂର୍ବରୁ ଫର୍ମୁଲା ୱାନ୍, ଫୁଟବଲ, ରଗବୀରେ ମଧ୍ୟ ସିବିସି ଗ୍ରୁପ ନିଜର ଅଂଶଧନ ରଖିଛି । ଆଉ ଏବେ ଏହି ବିଦେଶୀ କମ୍ପାନୀ ଆଇପିଏଲରେ ପ୍ରବେଶ କରିବା ସହିତ ଅହମ୍ମଦାବାଦ ଦଳର ମାଲିକାନା ହାସଲ କରିଛି ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0