ରିଲିଜ ହେବାକୁ ଯାଉଛି ବାଡମିଣ୍ଟନ ଷ୍ଟାର ସାଇନା ନେହୱାଲଙ୍କ ବାୟୋପିକ୍ ଫିଲ୍ମ ‘ସାଇନା’। ମାର୍ଚ୍ଚ ୨୬ରେ ଫିଲ୍ମଟି ରିଲିଜ ହେବାକୁ ଯାଉଥିବା ମେକର୍ସ ମାନେ ଘୋଷଣା କରିଛନ୍ତି । ଫିଲ୍ମରେ ଅଭିନେତ୍ରୀ ପରିଣିତି ଚୋପ୍ରା ମୁଖ୍ୟ ଭୂମିକାରେ ନଜର ଆସିବେ । ପରିଣିତି ଚୋପ୍ରା ଫିଲ୍ମ ସହ ଜଡ଼ିତ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଅବିକଳ ସାଇନାଙ୍କ ଭଳି ଦେଖାଯାଉଛନ୍ତି । ପରିଣିତି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ କୋଲାଜ ଫଟୋକୁ ସେୟାର କରିଛନ୍ତି, ଯେଉଁଥିରେ ସେ ଅବିକଳ ସାଇନାଙ୍କ ପରି ଦେଖାଯାଉଛନ୍ତି । ପରିଣିତିଙ୍କ ଏହି ଫଟୋକୁ ଫ୍ୟାନ୍ସ ମାନେ ଖୁବ ପସନ୍ଦ କରୁଛନ୍ତି । ଏହା ବ୍ୟତୀତ ପରେଶ ରାୱଲ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହା ଫିଲ୍ମ ନିର୍ମାତା ଭୂଷକ କୁମାରଙ୍କର ଦ୍ୱିତୀୟ ଫିଲ୍ମ ହେବାକୁ ଯାଉଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0