spot_img

ରିଲିଜ ହେଲା ଅକ୍ଷୟ କୁମାରଙ୍କ ଅଭିନୀତ ‘ଲକ୍ଷ୍ମୀ ବମ’ ଟ୍ରେଲର

ମୁମ୍ବାଇ: ଅକ୍ଷୟ କୁମାର ଓ କିଆରା ଆଡଭାନୀଙ୍କ ଅଭିନୀତ ଆଗାମୀ ଫିଲ୍ମର ଟ୍ରେଲର ଆଜି ରିଲିଜ ହୋଇଛି । ଆସନ୍ତା ନଭେମ୍ବର ୯ ତାରିଖରେ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାର ନେଇ ସୂଚନା ମିଳିଛି । ଏହା ତାମିଲ ବ୍ଲକମଷ୍ଟର ‘ମୁନି-୨କାଞ୍ଚନା’ର ରିମେକ ବୋଲି ଚଳଚ୍ଚିତ୍ରର ନିର୍ଦେଶକ ରାଘବ ଲରେନ୍ସ ସ୍ପଷ୍ଟ କରିଛନ୍ତି । ତେବେ ଅଭିନେତା ଅକ୍ଷୟଙ୍କୁ ଏକ ଭିନ୍ନ ରୂପରେ ଦର୍ଶକମାନେ ଦେଖିବା ପାଇଁ ପାଇବେ ।

ଏହି ଫିଲ୍ମରେ ଅକ୍ଷୟ ଏକ କିନ୍ନରର ଭୂମିକା ଗ୍ରହଣ କରିଛନ୍ତି । ଅନ୍ୟପଟେ ଅଭିନେତ୍ରୀ କିଆରାଙ୍କ ଏହା ଅକ୍ଷୟଙ୍କ ସହ ଦ୍ୱିତୀୟ ଫିଲ୍ମ ହେବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular