spot_img

ଅଲମ୍ପିକ ଅଭ୍ୟାସ ସୁଟିଂ ଶିବିର ସ୍ଥଗିତ

ନୂଆଦିଲ୍ଲୀ: ଜାତୀୟ ସୁଟିଂ ମହାସଂଘ, ଅଲମ୍ପିକ କୋର ସମୁହର ବାଧ୍ୟତାମୂଳକ ଅଭ୍ୟାସ ଶିବିରକୁ ସ୍ଥଗିତ କରିଦେଇଛି । ଗୁରୁବାର କର୍ଣ୍ଣି ସିଂହ ରେଜର ଜଣେ ସୁଟିଂ କୋଚ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ଏନଆରଏଆଇ ସଚ୍ଚିବ ରାଜୀବ ଭାଟିଆ କହିଛନ୍ତି, ‘ଶିବିରକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି । ଆମେ ଆସନ୍ତା ସପ୍ତାହ ବେଳକୁ କିଛି ବିକଳ୍ପ ଚିନ୍ତା କରିବୁ । ଆଶା କରାଯାଉଛି ସେତେବେଳକୁ କ’ଣ କରାଯିବ ସେ ନେଇ ସ୍ପଷ୍ଟ ଚିତ୍ର ମିଳିଯିବ ।’
ସୂଚନା ମୁତାବକ, କୋର ସମୁହର ସଦସ୍ୟ ଗ୍ରହଣ କରିଥିବା କିଛି ସୁଟିଂ ୮ଜୁଲାଇରୁ ଏଠାରେ ଅଭ୍ୟାସ କରିଆସୁଛନ୍ତି । ବିଶ୍ୱକପ୍ ବିଜେତା ସଂଜୀବ ରାଜପୁତ, ମନୁ ଭାକର ଏବଂ ଅନୀଶ ଭାନୱାଲା କିଛି ଦିନ ହେବ ଏଠାରେ ନିଜର ଅଭ୍ୟାସ ଜାରି ରଖିଛନ୍ତି । ସମସ୍ତେ କୋଭିଡ ନିୟମ ପାଳନ ପୂର୍ବକ ଅଭ୍ୟାସ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular