ଭଦ୍ରକ: ବିରିୟାନୀ ଖାଇବାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି । ଉଭୟ ପକ୍ଷର ୬ଜଣ ଗୁରୁତର ହୋଇଥିବାବେଳେ, ୫ ମୋଟର ସାଇକେଲ ଭଙ୍ଗାରୁଜା ହୋଇଥିବା ସୂଚନା ମିଳିଛି । ଗୁରୁତର ମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଧୂଷୁରୀ ଥାନା ଅନ୍ତର୍ଗତ ଜଗନ୍ନାଥ ସାହି ଗ୍ରାମରେ ବିରିୟାନୀ ଖାଇବାକୁ କେନ୍ଦ୍ର କରି ଏଭଳି ତୁମୁଳ କାଣ୍ଡ ଘଟିଛି ।

ସୂଚନାଅନୁଯାୟୀ ଗାଁରେ ଏକ ଉଠା ବିରିୟାନୀ ଦୋକାନରେ କିଛି ଯୁବକ ପହଞ୍ଚି ବିରିୟାନୀ ବାସି ହୋଇଯାଇଥିବା ଅଭିଯୋଗ କରିଥିଲେ । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲେ । ପରେ ଘଟଣାର ସମାଧାନ ପାଇଁ ବୈଠକ ବସିଥିଲା । କିଛି ସମୟ ମଧ୍ୟରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା । ଉଭୟ ପକ୍ଷ ଯୁବକ ପରସ୍ପରକୁ ଟେକା ପଥର ଫିଙ୍ଗିବା ସହ ବାଡ଼ିରେ ପିଟା ପିଟି ହୋଇଥିଲେ । ଏଥିରେ ଉଭୟ ପକ୍ଷଙ୍କ ଘରଦ୍ୱରା ଭାଙ୍ଗିବା ସହ ୫ଟି ବାଇକ ଭାଙ୍ଗିରୁଜିି ଯାଇଛି । ଅନ୍ୟପଟେ ବାଡ଼ି ଓ ଟେକାପଥରରେ ଆକ୍ରମଣ ଯୋଗୁଁ ଉଭୟ ପକ୍ଷରେ ୬ଜଣ ଗୁରୁତର ହୋଇଛନ୍ତି ।
କେବଳ ବରିୟାନୀ ଖାଇବାକୁ ନେଇ ଏପରି କାଣ୍ଡ ଘଟିଲା ନା ଉଭୟ ପକ୍ଷ ମଧ୍ୟରେ ପୂର୍ବ ଶତ୍ରୁତା ଥିଲା । ଏନେଇ ଧୂଷୁରୀ ପୁଲିସ ତଦନ୍ତ ଜାରି ରଖିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0