ନୂଆଦିଲ୍ଲୀ: ଅଲଭାରେଜଙ୍କୁ ସୁପର ମିଡିଲୱେଟ ଟାଇଟଲ । ଅଲାମୋଡମଠାରେ ପୂର୍ବରୁ ଅପରାଜିତ ରହିଥିବା କାଲମ ସ୍ମିଥଙ୍କୁ ପରାସ୍ତ କରି ମେକ୍ସିକୋ ବକ୍ସର କାନେଲୋ ଅଲଭାରେଜ ଡବ୍ଲ୍ୟବିଏ ଓ ରିଙ୍ଗ ସୁପର ମିଡିଲୱେଟ ଚାମ୍ପିୟନଶିପ୍ ଏବଂ ଖାଲିପଡିଥିବା ଡବ୍ଲ୍ୟବିସି ସୁପର ମିଡିଲୱେଟ ଟାଇଟଲ ଜିତିଛନ୍ତି । ଚଳିତବର୍ଷ ତାଙ୍କର ଏହି ଏକମାତ୍ର ବାଉଟରେ ଅଲଭାରେଜ ସମ୍ପର୍ଣ୍ଣ ପ୍ରାଧନ୍ୟ ବସ୍ତାର କରିଥିଲେ । ତେବେ ସର୍ବସମ୍ମତି ନିଷ୍ପତ୍ତିରେ ଅଲଭାରେଜ ବିଜୟୀ ଘୋଷିତ ହୋଇଥିଲେ । ଅଲଭାରେଗ ପୁର୍ବରୁ ଆର୍ଲିଙ୍ଗଟନଠାରେ ଏଟିଆଣ୍ଡଟି ଷ୍ଟାଡିୟମରେ କାଲମଙ୍କ ବଡ ଭାଇ ଲିଆମଙ୍କୁ ପରାସ୍ତ କରିଥିଲେ । ଚଳିବର୍ଷ କୋଭିଡ କଟକଣା ଯୋଗୁ ଅଲଭାରେଜ ଓ ସ୍ମିଥ୍ଙ୍କ ମଧ୍ୟରେ ଏହା ପ୍ରଥମ ମୁକାବିଲା ହୋଇଥିଲା ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0