ଜେରୁଜେଲମ: ପୃଥିବୀରେ ଲୁଚି ବସିଛନ୍ତି ଏଲିଅନ । ସେମାନେ ମଙ୍ଗଳଗ୍ରହରେ ଗୁପ୍ତ ଆଡ୍ଡା ନିର୍ମାଣ କରିଛନ୍ତି । ଏସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ଜଣା ଅଛି । ଏନେଇ ଇସ୍ରାଏଲ ମହାକାଶ ଗବେଷଣା କେନ୍ଦ୍ରର ପୂର୍ବତନ ମୁଖ୍ୟ ତଥା ମହାକାଶ ବିଜ୍ଞାନୀ ୮୭ ବର୍ଷ ବୟସ୍କ ପ୍ରଫେସର ହୈମ ଇଶେଦ ସୂଚନା ଦେଇଛନ୍ତି । ଏଲିଅନଙ୍କ ସହିତ ଆମେରିକା ଏବଂ ଇସ୍ରାଏଲ ଯୋଗାଯୋଗରେ ରହିଥିବା ସେ କହିଛନ୍ତି । ମାନବ ସମାଜ ଏଲିଅନଙ୍କ ଉପସ୍ଥିତି ନେଇ ବର୍ତ୍ତମାନ ନିଜକୁ ପ୍ରସ୍ତୁତ କରିନଥିବାରୁ ଏହି ଘଟଣାକୁ ଏପର୍ଯ୍ୟନ୍ତ ଗୁପ୍ତ ରଖାଯାଇଥିବା ସେ କହିଛନ୍ତି । ଗତ ୩୦ ବର୍ଷ ଧରି ଇଶେଦ ଇସ୍ରାଏଲ ମହାକାଶ ଗବେଷଣା କ୍ଷେତ୍ରରେ ଉଲ୍ଲେକନୀୟ ଭୂମିକା ଗ୍ରହଣ କରିବା ପରେ ଅବସର ନେଇଥିଲେ । ସେ ୨୦୧୧ରେ ଅବସର ନେବା ପରେ କେତେକ ପୁସ୍ତକ ଲେଖିଛନ୍ତି ଯେଉଁଥିରେ ଏଲିଅନଙ୍କ ସମ୍ପର୍କରେ ବହୁ ଗୁପ୍ତ ତଥ୍ୟ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0