ବଲାଙ୍ଗିର : ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ୍ । ଟ୍ରକ୍ ର ଆଗ ଚକ ଫାଟିଯିବାରୁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ଖମାର ମୁଣ୍ଡା ଛକରେ ଘଟିଛି ଦୁର୍ଘଟଣା । ସୂଚନାଯୋଗ୍ୟ ଯେ, ବରଗଡରୁ ବଲାଙ୍ଗୀର ଆସୁଥିବା ଖମାର ମୁଣ୍ଡା ଛକରେ ଡାଲି ବୋଝେଇ ଟ୍ରକ୍ ରେ ନିଆଁ ଲାଗିଯାଇଛି । ଅଗ୍ନିକାଣ୍ଡ ଫଳରେ ଟ୍ରକ୍ ଟି ସମ୍ପୂର୍ଣ୍ଣ ପୋଡିଯାଇଛି । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭର । ଟ୍ରକ୍ ର ଆଗ ଟାୟାର ଫାଟିଯିବାରୁ ଟ୍ରକ୍ ରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0