ଇଲଂଣ୍ଡ : ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଦେଶର ସମସ୍ତ ବିଦ୍ୟାଳୟ ଖୋଲାଯିବା ନେଇ ନିଷ୍ପତ୍ତି ନେଇଛନ୍ତି । କରୋନା ଭାଇରସ୍ ପାଇଁ ସ୍କୁଲ୍ଗୁଡ଼ିକୁ ଦୀର୍ଘଦିନ ଧରି ବନ୍ଦ ରଖାଯାଇଥିଲା । ତେବେ କରୋନା କଟକଣା ସହିତ ମାର୍ଚ୍ଚ ମାସ ୮ ତାରିଖରୁ ଇଂଲଣ୍ଡର ସମସ୍ତ ସ୍କୁଲ୍ ଖୋଲାଯିବ ବୋଲି ସେ କହିଛନ୍ତି । ତେବେ ସ୍କୁଲ୍ ଖୋଲାଯିବା ନିଷ୍ପତ୍ତିକୁ ନେଇ ଅଭିଭାବକମାନେ ସ୍ୱାଗତ କରିଛନ୍ତି ।
ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ଖୋଲାଯିବା ସହିତ ଜନସାଧାରଣ କେବଳ ଜଣଙ୍କୁ ଜଣେ କଫି ଷ୍ଟଲ୍, ଘର ବାହାରେ, ଏବଂ ସ୍କୁଲ୍ କାର୍ଯ୍ୟକ୍ରମ ସରିବା ପରେ ସାକ୍ଷାତ କରିପାରିବେ । ଏଥି ସହିତ ବହାରେ ବୁଲିଯିବା ପାଇଁ ଯୋଜନା କରିବା ସହିତ ଲୋକମାନେ ସେମାନଙ୍କର ବାହାର କାମ ଏହି ତାରିଖରୁ କରିପାରିବେ ବୋଲି ଏହି ଘୋଷଣା ସହିତ ଜଡ଼ିତ ଜଣେ ଅଧିକାରୀ ପ୍ରକାଶ କରିଛନ୍ତି । ସଂସଦରେ ରଖିଥିବା ଏକ ବିବୃତ୍ତିରେ ଜନ୍ସନ୍ କହିଛନ୍ତି ଯେ, ମାର୍ଚ୍ଚ ୨୯ ତାରିଖକୁ ଲକ୍ଡାଉନ୍କୁ ଅଧିକ କୋହଳ କରାଯିବ । ବାହାରେ ୬ଜଣରୁ ଅଧିକ ଲୋକ ଏକାଠି ହୋଇପାରିବା ସହିତ ଦୁଇଟି ପରିବାର ଏକାଠି ହୋଇପାରିବେ ଏବଂ କିଛି କ୍ରୀଡ଼ା ଯଥା ଟେନିସ୍ ଓ ଫୁଟ୍ବଲ୍ ଆଦିକୁ ଅନୁମତି ଦିଆଯିବ । ଜାନୁଆରୀରେ ଲଗାଯାଇଥିବା ତୃତୀୟ ପର୍ଯ୍ୟାୟ ଲକ୍ଡାଇନ୍ ପରେ ସେମାନେ ଘରେ ରହି କାମ କରୁଥିଲେ । ତେଣୁ ପିଲାଙ୍କୁ ସ୍କୁଲ୍କୁ ପଠାଇ ସେମାନେ ଠିକ୍ରେ କାମ କରିପାରିବେ ବୋଲି ପ୍ରକାଶ କରିଛନ୍ତି ।



Visitors Today : 6
Total Visitors : 130181
Total Views : 9891632
Visitors Online Now : 0