ଭୁବନେଶ୍ୱର : ଦୀର୍ଘ ୮ମାସରୁ ଅଧିକ ସମୟ ଧରି ବନ୍ଦ ରହିଥିବା ଧାର୍ମିକ ଅନୁଷ୍ଠାନ ପୁଣିଥରେ ଖୋଲିବ। ଆସନ୍ତା ବର୍ଷ ଜାନୁଆରୀ ୩ ତାରିଖରୁ ରାଜ୍ୟରେ ଧାର୍ମିକ ଅନୁଷ୍ଠାନ ଗୁଡ଼ିକ ଖୋଲିବା ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।ସେହିପରି ଆସନ୍ତା ୨୫ ତାରିଖରେ ବଡ଼ଦିନ ଅବସରରେ ଚର୍ଚ୍ଚ ଖୋଲିବା ପାଇଁ ସ୍ୱତନ୍ତ୍ର ଅନୁମତି ମିଳିବ ବୋଲି କହିଛନ୍ତି ବିଏମସି କମିଶନର।
ଧାର୍ମିକ ଅନୁଷ୍ଠାନ ଖୋଲିବା ପାଇଁ କିଛି ସର୍ତ୍ତ ରଖାଯାଇଛି। ଧାର୍ମିକ ଅନୁଷ୍ଠାନ ଖୋଲିବା ପୂର୍ବରୁ କମିଟିଗୁଡ଼ିକୁ କୋଭିଡ୍ ଗାଇଡଲାଇନ୍ ସୁନିଶ୍ଚିତ କରିବାକୁ ପଡ଼ିବ। ଏହାସହ କମିଟି ଗୁଡ଼ିକ ବିଏମସିକୁ ଏକ ଅଣ୍ଡରଟେକିଂ ଦେବେ। ଯେଉଁଥିରେ ସେମାନେ ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ସମସ୍ତ ପ୍ରକ୍ରିୟା ଉଲ୍ଲେଖ କରିବେ, ଯେପରି ପରିସର ଭିତରେ ଏକାଥରରେ କେତେ ଲୋକଙ୍କୁ ଅନୁମତି ମିଳିବ।



Visitors Today : 3
Total Visitors : 130184
Total Views : 9891636
Visitors Online Now : 0