ମୁମ୍ବାଇ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଚାରି ମ୍ୟାଚ ବିଶିଷ୍ଟ ସିରିଜରେ ଭାରତକୁ ବଡ ଝଟକା ଲାଗିଛି । ଟିମ ଇଣ୍ଡିଆର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ବାକି ତିନିଟି ଟେଷ୍ଟ ମ୍ୟାଚରୁ ବାଦ ଦିଆଯାଇଥିବା ଜଣାପଡିଛି । ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟରେ ବ୍ୟାଟିଂ କରୁଥିବାବେଳେ ରବିନ୍ଦ୍ର ଜାଡେଜାଙ୍କ ବୁଢା ଆଙ୍ଗୁଳିରେ ଆଘାତ ଲାଗିଥିଲା । ଏହି କାରଣରୁ ସେ ବି୍ରସବେନ ଟେଷ୍ଟରେ ମଧ୍ୟ ଖେଳି ନଥିଲେ । ଭାରତ ଫେରିବା ପରେ ତାଙ୍କୁ ନ୍ୟାସନାଲ କ୍ରିକେଟ ଏକାଡେମୀକୁ ପଠାଯାଇଥିଲା । ଆଶା କରାଯାଉଥିଲା ଯେ ରବିନ୍ଦ୍ର ଜାଡେଜା ଇଂଲଣ୍ଡ ବିପକ୍ଷ ସିରିଜର ଶେଷ ଦୁଇଟି ଟେଷ୍ଟ ପାଇଁ ଫିଟ ହେବେ । କିନ୍ତ୍ୁ ଏବେ ସମ୍ପୁ୍ର୍ଣ ସୁସ୍ଥ ହୋଇନାହାନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0