spot_img

ଆଇଏସଏଲରେ ଚେନ୍ନାଇନକୁ ହରାଇଲା ଜାମଶେଦପୁର

ବାମ୍ବୋଲିମ: ଆଇଏସଏଲରେ ଚେନ୍ନାଇନକୁ ହରାଇଲା ଜାମଶେଦପୁର । ଇଣ୍ଡିଆନ ସୁପର ଲିଗରେ ଖେଳାଯାଇତଥିବା ମ୍ୟାଚରେ ଜାମଶେଦପୁର ଏଫସି ୧-୦ ଗୋଲରେ ଚେନ୍ନାଇନ ଏଫସିକୁ ପରାସ୍ତ କରିଛି । କଡା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚରେ ୯୦ ତମ ମିନିଟରେ ଡେଭିଡ୍ ଗା୍ରଣ୍ଡେ ଏକ ଚମତ୍କାର ଫିଲ୍ଡ ଗୋଲ ଦେଇ ଜାମଶେଦପୁରକୁ ଜିତାଇଥିଲେ । ବଲ ପଜେଶନ, ପାସ୍ ଓ ପାସ୍ ଆକୁ୍ୟରେସିରେ ଚେନ୍ନାଇନ ଆଗରେ ଥିଲେ ମଧ୍ୟ ଫାଇଦା ଉଠାଇପାରି ନ ଥିଲା । ଜାମଶେଦପୁର ଏଥିସହ ୧୭ ମ୍ୟାଚ ଖେଳି ୫ ବିଜୟ, ୬ ଲେଖାଏ ଡ୍ର ଓ ପରାଜୟ ସହ ୨୧ ପଏଣ୍ଟ ପାଇ ତାଲିକାରେ ଷଷ୍ଠ ସ୍ଥାନରେ ରହିଛି । ଅନ୍ୟପଟେ ଚେନ୍ନାଇନ ୧୭ ମ୍ୟାଚ ଖେଳି ବିଜୟ, ୮ ଡ୍ର ଓ ୬ ପରାଜୟ ସହ ୧୭ ପଏଣ୍ଟ ପାଇ ତାଲିକାର ଅଷ୍ଟମ ସ୍ଥାନରେ ରହିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular