spot_img

ଫେଲ ମାରିଲା ପାକିସ୍ତାନର ଚାଲାକି

ଫେଲ୍ ମାରିଲା ପାକିସ୍ତାନର ଚାଲାକି । ବାରମ୍ବାର ସୀମା ଉପରେ ଗୁଇନ୍ଦା ଭାବେ ନଜର ରଖିବାକୁ ଉଦ୍ୟମ କରୁଛି ପାକିସ୍ତାନ । କିନ୍ତୁ ତାର ସମସ୍ତ ଯୋଜନାକୁ ଫେଲ୍ କରିଦେଉଛନ୍ତି ଭାରତୀୟ ସେନା । ୮୯ ବାଟାଲିୟନ ଅଧିନରେ ଥିବା ସୀମାରେ ଆଜି ସକାଳ ସମୟରେ ଏକ ପାକିସ୍ତାନୀ ଡ୍ରୋନ ବୁଲୁଥିବାର ଦେଖିବାକୁ ମିଳିଥିଲା । ଡ୍ରୋନ୍ଟି ଭାରତୀୟ ସୀମାରେ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିଲା । ଯାହାକୁ ଦେଖି ସୁରକ୍ଷାକର୍ମୀମାନେ ସଜାଗ ହୋଇଯାଇଥିଲେ । ତୁରନ୍ତ ସୁରକ୍ଷକର୍ମୀମାନେ ଡ୍ରୋନ୍କୁ ଗୁଳି କରିଥିଲେ। ସୁରକ୍ଷାକର୍ମୀଙ୍କ ଗୁଳି ପରେ ଡ୍ରୋନ୍ଟି ପାକିସ୍ତାନ ସୀମା ପଟୁ ପଳାଇ ଯାଇଥିଲା । ଗତ ୨ ମାସ ମଧ୍ୟରେ ୧୧ଥର ପାକିସ୍ତାନୀ ଡ୍ରୋନ ଭାରତୀୟ ସୀମାରେ ଅନୁପ୍ରବେଶ କରିଛି । ଯାହାକୁ ଭାରତୀୟ ସେନା ପଣ୍ଡ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular