ଯାଜପୁର : ଆମ୍ବୁଲାନ୍ସ ଧକ୍କାରେ ବାଇକ୍ ଚାଳକଙ୍କ ସମେତ ୩ ଜଣଙ୍କ ଜୀବନ ଚାଲିଗଲା। ଏମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଯାଜପୁର ଜିଲ୍ଲା ନେଉଳପୁର ନିକଟରେ ଘଟିଛି। ତେବେ ଆମ୍ବୁଲାନ୍ସ ଧକ୍କାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପରିଚୟ ମିଳିନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି। ଆଜି ଭଦ୍ରକ ଅଭିମୁଖେ ଏକ ଖାଲି ଆମ୍ବୁଲାନ୍ସ ୧୬ ନମ୍ୱର ଜାତୀୟ ରାଜପଥରେ ଯାଉଥିଲା। ତେବେ ନେଉଳପୁର ନିକଟରେ ଆମ୍ବୁଲାନ୍ସଟି ସାମ୍ନାରେ ଆସୁଥିବା ଏକ ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ବାଇକ୍ ଚାଳକ ଓ ବାଇକରେ ବସିଥିବା ଜଣେ ମହିଳା ଏବଂ ଶିଶୁଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଚାଳକ ଜଣକ ଫେରାର ହୋଇଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0