spot_img

ଆଜି ମୁହାଁ ମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ ଏବଂ ଦିଲ୍ଲୀ କ୍ୟାପିଟାଲ

ଦୁବାଇ: କୋଭିଡ଼ ସଙ୍କଟ ସମୟରେ ଆରମ୍ଭ ହୋଇଥିବା ଆଇପିଏଲର ଆଜି ସପ୍ତମ ଦିନ । ଚେନ୍ନାଇ ସୁପରକିଙ୍ଗସ ଏବଂ ଦିଲ୍ଲୀ କ୍ୟାପିଟାଲ ମଧ୍ୟରେ ଆଜି କଡ଼ା ଟକ୍କର ହେବାକୁ ଯାଉଛି । ଦିଲ୍ଲୀ କ୍ୟାପିଟାଲ ପ୍ରଥମ ମ୍ୟାଚରୁ ହିଁ ତା’ର ବିଜୟ ଅଭିଯାନ ଆରମ୍ଭ କରିଥିଲା । ତେବେ ଆଜିର ମ୍ୟାଚରେ ବି ସେ ତା’ର ବିଜୟ ଅଭିଯାନ ବଜାୟ ରଖିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି । ସେହିପରି ଚେନ୍ନାଇ ସୁପରକିଙ୍ଗସର ଏହା ତୃତୀୟ ମ୍ୟାଚ । ତେବେ ଧୋନିଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପରକିଙ୍ଗସ ଦୁଇଟି ମ୍ୟାଚରୁ ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ହାସଲ କରିଛି । ତଥାପି ସିଏସକେ ସମର୍ଥକ ଦଳର ବିଜୟ ଜାରି ରହିବା ନେଇ ଆଶା ରଖିଛନ୍ତିା ସିଏସକେ ଦଳରେ ବିସ୍ଫୋରକ ବ୍ୟାଟସମ୍ୟାନ ହିସାବରେ ଫ୍ଲାପ ଡ଼ୁପ୍ଲେସିସ ଓ ଅମ୍ବାତି ରାୟଡ଼ୁ ଚମକ୍ରାର ଫର୍ମରେ ଅଛନ୍ତି । ସେହିପରି ବୋଲିଂରେ ଲୁଙ୍ଗି ଏନଗିଡ଼ି, ରବିନ୍ଦ୍ର ଜାଡ଼େଜା ଏବଂ ପିୟୁଷ ଚାୱାଲା ପ୍ରମୁଖ ପୂର୍ବ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ । ଯାହା ଦିଲ୍ଲୀ କ୍ୟାପିଟାଲ ସମର୍ଥକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ସିଏସକେ ତା’ର ଦ୍ୱିତୀୟ ମ୍ୟାଚରେ ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ ରାଜସ୍ଥାନ ରୟାଲ୍ସ ପାଖରୁ ହାରିଥିଲା । ସେହିପରି ଦଳର ବ୍ୟାଟିଂ ଓପନର ମୁରଲୀ ବିଜୟ ଓ ସ୍ୱେନ ୱାଟସନ ମଧ୍ୟ ଭଲ ଫର୍ମରେ ଅଛନ୍ତି । ଯାହାକି ଆଜିର ମ୍ୟାଚରେ ସିଏସକେ ଟିମକୁ ଏକ ବଡ଼ ସ୍କୋର କରିବାରେ ସହାୟକ ହୋଇପାରିବ । ସେହିପରି ଶ୍ରେୟସ ଆୟରଙ୍କ ନେତୃତ୍ୱାଧିନ ଦିଲ୍ଲୀ କ୍ୟାପିଟାଲ ଟିମ, ଚମକ୍ରାର ପ୍ରଦର୍ଶନ ବଳରେ କିଙ୍ଗସ ଇଲେଭେନ ପଞ୍ଜାବକୁ ପରାସ୍ତ କରଥିଲା । ଅନ୍ୟପଟେ ଟିମର ବ୍ୟାଟିଂରେ କେବଳ ଅଷ୍ଟ୍ରେଲିଆ ଅଲରାଉଣ୍ଡର ମାର୍କୋସ ଷ୍ଟୋଇନିସ, ଋଷଭ ପନ୍ତ ଏବଂ ଅଧିନାୟକ ଶ୍ରେୟସ ଭଲ ଫର୍ମରେ ଅଛନ୍ତି । ସେହିପରି ବୋଲିଂ ବିଭାଗରେ ଆର. ଅଶ୍ୱିନ ଜଣେ ଚମକ୍ରାର ବୋଲର । ଯାହାକି ଟିମର ଜିତିବା ଆଶାକୁ ଉଜ୍ଜ୍ୱଳ କରିଛି । ତେବେ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନୀ ଓ ଯୁବ ଅଧିନାୟକ ଶ୍ରେୟସ ଆୟାରଙ୍କ ଭିତରେ ଆଜିର ଆଇପିଏଲ ଲଢେଇ ଅନ୍ୟତମ ଆକର୍ଷଣ ହେବ ବୋଲି ଖେଳ ବିଶେଷଜ୍ଞ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular