ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବେ ବି କୋମାରେ ଥିବା ବେଳେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ମାତ୍ର ତାଙ୍କ କିଡନୀ ସମସ୍ୟାରେ ସୁଧାର ଆସିଛି । ଶନିବାର ଦିନ ହସ୍ପିଟାଲ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପ୍ରଣବ ମୁଖାର୍ଜୀଙ୍କ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ତାଙ୍କର ରକ୍ତ ଯୋଗାଣ ସମ୍ବନ୍ଧୀୟ ପ୍ରକ୍ରିୟା ସ୍ଥିର ରହିଛି ଏବଂ ତାଙ୍କର ଫୁସଫୁସ ସଂକ୍ରମଣ ଚିକିତ୍ସା ଚାଲିଛି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ୧୦ ଅଗଷ୍ଟରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମସ୍ତିସ୍କର ଅସ୍ତ୍ରୋପଚାର କରାଯାଇଥିବାବେଳେ ସେ କରୋନା ସଂକ୍ରମିତ ହୋଇଥିବା ଜଆପଡିଥିଲା । ପରେ ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଯାଇଥିଲା । ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ, ପ୍ରଣବ ମୁଖାର୍ଜୀଙ୍କ ଫୁସଫୁସରେ ହୋଇଥିବା ସଂକ୍ରମଣର ଚିକିତ୍ସା କରାଯାଉଛି । ତାଙ୍କ କିଡନୀ ସମସ୍ୟାରେ ମଧ୍ୟ ସୁଧାର ଆସିବାରେ ଲାଗିଛି । ସେ ଏବେ ବି କୋମାରେ ଥିବାବେଳେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0