ନୂଆଦିଲ୍ଲୀ: ପୁଣିଥରେ ଭାରତ –ଚୀନ ମାମଲାରେ ମୁହଁ ଖୋଲିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ । ଦୁଇ ଦେଶ ମଧ୍ୟରେ ସ୍ଥିତି ଗମ୍ଭୀର ଅଛି । ଏପରି ସ୍ଥିତିରେ ଦୁଇ ଦେଶକୁ ସାହାଯ୍ୟ କରିବାକୁ ଆମେରିକା ପ୍ରସ୍ତୁୁତ ଅଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣେ ଭଲ ବନ୍ଧୁ କହିବା ସହ ତାଙ୍କ କାର୍ଯ୍ୟକୁ ବହୁତ ପ୍ରଶଂସା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି ବର୍ତ୍ତମାନ ରୁଷ ଅପେକ୍ଷା ଚୀନକୁ ନେଇ ଅଧିକ ଚର୍ଚ୍ଚା କରିବାର ଆବଶ୍ୟକତା ଅଛି । ଚୀନର କାର୍ଯ୍ୟ ନିନ୍ଦନୀୟ । ଏପରି ଗମ୍ଭୀର ସ୍ଥିତିରେ ଆମେରିକା ଉଭୟ ଦେଶର ସହାୟତା ନିମନ୍ତେ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି । ଉଭୟ ଦେଶକୁ ସାହାଯ୍ୟ କରିପାରିଲେ ଆମେରିକା ଖୁସି ହେବ । ଉଭୟ ଦେଶ ଭିତରେ ଥିବା ଅସନ୍ତୋଷ ପ୍ରସଙ୍ଗରେ ଟ୍ରମ୍ପ ଉଭୟ ଦେଶ ସହ ଆଲୋଚନା କରୁଥିବା କଥା କହିଛନ୍ତି । କରୋନା ଭାଇରସକୁ ଚୀନ ଭାଇରସ୍ କହି ଏହି ଭାଇରସ୍ ବିଷୟରେ ତଥ୍ୟ ଲୁଚାଇ ବିଶ୍ୱର ୧୮୮ଟି ଦେଶ ସହ ଚୀନ ଯେଉଁ ବିଶ୍ୱାସଘାତକତା କରିଛି ତାହା ସାରା ବିଶ୍ୱ ଦେଖିବା ଉଚିତ୍ ବୋଲି ସେ କହିଛନ୍ତି । ସେପଟେ ମୋଦୀଙ୍କୁ ବହୁତ ପ୍ରଶଂସା କରିଛନ୍ତି ଟ୍ରମ୍ପ । ଭାରତୀୟମାନେ ଜଣେ ମହାନ ନେତା ପାଇଛନ୍ତି ବୋଲି ସେ କହିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0