କୋଲକତା: ଆଗକୁ ଅଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଏବେଠାରୁ ଭାରତୀୟ ଜନତାପାର୍ଟି ଜନମତ ନିଜ ଆଡକୁ କରିବାକୁ ସମସ୍ତ ଶକ୍ତି ଲଗାଇ ଦେଇଛି । ଗୁରୁବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କୁଚବିହାରରେ ଭାରଗପାର ପରିବର୍ତ୍ତନ ଯାତା୍ରର ଚତୁର୍ଥ ଭାଗର ଶୁଭାରମ୍ଭ କରିଛନ୍ତି । ତାଙ୍କ ରାଲିରେ ରାଜବଂଶୀ ସମାଜର ବହୁ ଲୋକ ଯୋଗ ଦେଇଛନ୍ତି । ଏହି ସମୟରେ ଶାହା କହିଛନ୍ତି ମୋଦିଙ୍କୁ ସୁଯୋଗ ଦିଅନ୍ତୁ ସେ ସୁନାର ବଙ୍ଗଲା କରିଦେବେ । ସେ କହିଛନ୍ତି ପରିବର୍ତ୍ତନ ଯାତ୍ରା ମୁଖ୍ୟମନ୍ତ୍ରୀ ବଦଳାଇବାକୁ ନୁହେଁ ବରଂ ପଶ୍ଚିମବଙ୍ଗର ସ୍ଥିିତିରେ ପରିବର୍ତ୍ତନ ଆଣିବାକୁ । ଶାହା ପଶ୍ଚିବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଦିଦି ଜୟ ଶ୍ରୀରାମ କହିବାକୁ କୁଣ୍ଠା ପ୍ରକାଶ କରୁଛନ୍ତି । ହେଲେ ମୁଁ ଆପଣଙ୍କୁ କଥା ଦେଉଛି ନିର୍ବାଚନ ସରୁ ସରୁ ଦିଦି ଜୟ ଶ୍ରୀରାମ କହିବେ । ଶାହା ଆହୁରି ମଧ୍ୟ କହିଛନ୍ତି ତ୍ରୁଣମୂଳ କଂଗ୍ରେସର ମୁଣ୍ଡା ପ୍ରାୟ ୧୩୦ ଭାଜପା କର୍ମୀଙ୍କୁ ହତ୍ୟା କରିଛନ୍ତି । ହେଲେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଥରେ ଭାଜପା ସରକାର କ୍ଷମତାକୁ ଆସିଲେ ସମସ୍ତ ହତ୍ୟାକରୀଙ୍କୁ ଜେଲ ପଠାଇ ଦିଆଯିବ ବୋଲି ଶାହା କହିଛନ୍ତି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0