ନୂଆଦିଲ୍ଲୀ: ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ପ୍ରସ୍ତୁତ କରିଥିବା କରୋନା ଟିକାର ବ୍ୟାପକ ବ୍ୟବହାର ପାଇଁ ଅନୁମତି ମିଳିଛି। ଅକ୍ସଫୋର୍ଡ ଟିକା କୋଭିସିଲ୍ଡ କରୋନା ଭୂତାଣୁ ପ୍ରତିହତ କରିବା କ୍ଷେତ୍ରରେ ଅଧିକ ପ୍ରଭାବଶାଳୀ ଓ ସୁରକ୍ଷିତ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ତେଣୁ ଏହାର ବ୍ୟାପକ ବ୍ୟବହାର କରିବାକୁ ଅନୁମତି ଦେଇଛି (ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ)। କରୋନାର ସାଉଥ ଆଫ୍ରିକା ଷ୍ଟ୍ରେନ ଉପରେ କୋଭିସିଲ୍ଡର ପ୍ରଭାବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ମାତ୍ର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞ ଦଳ ଏହାକୁ ସୁରକ୍ଷିତ ଓ ପ୍ରଭାବଶାଳୀ ଦର୍ଶାଇଛନ୍ତି ।ଏହାସହ ଯେଉଁ ଯେଉଁ ଦେଶରେ ସାଉଥ ଆଫ୍ରିକା ଷ୍ଟ୍ରେନ ଦ୍ୱାରା ଲୋକମାନେ ପ୍ରଭାବିତ ହୋଇଛନ୍ତି, ସେଠାରେ କୋଭିସିଲ୍ଡକୁ ବହୁଳ ବ୍ୟବହାର କରାଯିବା ଆବଶ୍ୟକ । ଏହାଛଡ଼ା ଏହି ଟିକା ୬୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ କ୍ଷେତ୍ରରେ ମଧ୍ୟ ଏହା ପ୍ରଭାବଶାଳୀ ବୋଲି ଷ୍ଟ୍ରାଟେଜିକ ଆଡଭାଇଜରୀ ଗ୍ରୁପ ଅଫଏକ୍ସଫର୍ଟ୍ସ ଅନ ଇମୁନାଇଜେଶନ ପକ୍ଷରୁ କୁହାଯାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0