କୋଲକାତା: ପଶ୍ଚିମବଙ୍ଗରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ରାଲି ଉପରେ ଆକ୍ରମଣ ଘଟଣାକୁ ନେଇ ବଢୁଛି ରାଜନୀତି । ଶୁକ୍ରବାର ଏନେଇ ରାଜ୍ୟପାଳ ଜନଦୀପ ଧନଖଡ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ରିପୋର୍ଟ ଦେଇଛନ୍ତି । ଅନ୍ୟପଟେ ନଡ୍ଡାଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୁଣିଥରେ ପଶ୍ଚିମବଙ୍ଗ ଗସ୍ତ କରିବେ ବୋଲି ଜଣାପଡିଛି । ସେ ୧୯ ଓ ୨୦ ଡିସେମ୍ବରରେ ପଶ୍ଚିମବଙ୍ଗରେ ରହିବେ ବୋଲି ଜଣାପଡିଛି । ୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ । ଏନେଇ ବିଭିନ୍ନ ରାଜନୈତିକ ଦଳ ଅଣ୍ଟା ଭିଡିଲେଣି । ନିକଟରେ ଶାହା ପଶ୍ଚିିମବଙ୍ଗ ଗସ୍ତ କରିଥିଲେ ବି ନଡ୍ଡାଙ୍କୁ ଉପରେ ଆକ୍ରମଣ ପରେ ସେ ପୁଣିଥରେ ପଶ୍ଚିମବଙ୍ଗ ଯାତ୍ରା କାର୍ଯ୍ୟକ୍ରମ ରହିଛି ।



Visitors Today : 1
Total Visitors : 130211
Total Views : 9891679
Visitors Online Now : 0