କେନ୍ଦ୍ରାପଡା: ବଢିଲା ଭିତରକନିକାରେ ଇକୋରିଟ୍ରିଟର ଅବଧି । ଏହାର ଅବଧି ୨୮ ଫେବୃଆରୀ ରହିଥିବା ବେଳେ ବର୍ତ୍ତମାନ ଏହା ୮ ମାର୍ଚ୍ଚକୁ ଘୁଞ୍ଚାଯାଇଥିବା ସୂଚନା । ଚଳିତ ବର୍ଷ ପ୍ରଥମ ଥର ପାଇଁ ଭିତରକନିକାରେ ରାଜ୍ୟ ସରକାରଙ୍କ ପକ୍ଷରୁ ନଳିତାପାଟିଆ ଠାରେ ଇକୋରିଟ୍ରିଟ ଆୟୋଜିତ ହୋଇଛି । ଏହି ଇକୋରିଟ୍ରିଟ ଭିତରକନିକାର ସୌନ୍ଦର୍ଯ୍ୟକୁ ଆହୁରି ବହୁଗୁଣିତ କରିଛି । ଏଠାରେ ଦେଶ ବିଦେଶରୁ ପର୍ଯ୍ୟଟକଙ୍କର ଭିଡ ଦେଖିବାକୁ ମିଳୁଛି । ଏଠାରେ ୨୧ଟି ବିଳାସ ପୂର୍ଣ୍ଣ କଟେଜ ନିର୍ମାଣ ହୋଇଛି । ୩ ଟି କଟେଜର ବ୍ୟବସ୍ଥା କରାଯାଇଛି । ସୁଇଚ କଟେଜ, ରୟାଲ କଟେଜ, ଏବଂ ରୟାଲ ଫ୍ୟାମିଲର କଟେଜ ନିର୍ମାଣ ହୋଇଛି । ଏହି କଟେଜରେ ପର୍ଯ୍ୟଟକଙ୍କ ପାଇଁ ଖାଦ୍ୟ, ପାନୀୟ, ଏବଂ ରାତିରେ ରହିବାର ବନ୍ଦୋବସ୍ଥ ରହିଛି । ଏହି ସୁବିଧା ପାଇଁ ପର୍ଯ୍ୟଟକଙ୍କ ପାଇଁ ୯ ହଜାର ଟଙ୍କା ଦେବାକୁ ପଡିଥାଏ । ତମ୍ବୁ ଭିତରେ ରାତି ବିତାଇବା ସହ ଭାସମାନ ରେଷ୍ଟରାଆଁରେ ଖାଇବା ମଜା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଭରପୁର ମଜା ଉଠାଉଛନ୍ତି ପର୍ଯ୍ୟଟକ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0