spot_img

ଶୀତ ଦିନେ କେତେ ଉପକାରୀ ଅଁଳା, ଆସନ୍ତୁ ଜାଣିବା…

ଅଁଳା କୁ କୁହାଯାଏ ଶୀତର ସୁପର୍ ଫୁଡ଼ । କାହିଁକିନା ଅଁଳାରୁ ମିଳୁଥିବା ପୋଷକ ଆମ ଶରୀରକୁ ବହୁ ଫାଇଦା ମିଳିଥାଏ । ଶରୀରରେ ଜଡ଼ିତ ସମସ୍ୟା ପାଇଁ ଅଁଳା ରାମବାଣଠାରୁ କିଛି କମ୍ ନୁହେଁ । ଏଥିରୁ ଭିଟାମିନ -ସି, ଆଇରନ୍ ଏବଂ ଅନ୍ୟ ବହୁ ପୋଷକ ମିଳିଥାଏ ।

• ଅଁଳାରେ ଫଙ୍ଗଲ୍ ଇନଫେକ୍ସନ ଏବଂ ବ୍ୟକ୍ଟେରିଆ ସହ ଲଢିବା ପାଇଁ ଭରପୁର ଶକ୍ତି ରହିଥାଏ । ଏହା ଆମ ଶାରୀରରେ ଥିବା ବିଷମୟ ବା ଜୌବିକ ପଦାର୍ଥକୁ ନିସୃତ କରିବାରେ ସାହାର୍ଯ୍ୟ କରିଥାଏ ।
• ଅଁଳା ସେବନ ଦ୍ୱାରା ଆମ ଶରୀରରେ ଇମୁ୍ୟନିଟି ପାୱାର ବଢିଥାଏ । ଯାହା ଶରୀରର ବହୁ ରୋଗ ଦୁର କରିଥାଏ । ଅଁଳା ସେବନ ଦ୍ୱାରା ସର୍ଦ୍ଦି-କାଶ ଏବଂ ପେଟର ଇଫେକ୍ସନରୁ ମୁକ୍ତି ମିଳିଥାଏ ।
• ଡ଼ାଇମେଟିସ୍ ରୋଗୀଙ୍କ ପାଇଁ ଅଁଳା ବହୁ ଫାଇଦା ହୋଇଥାଏ । ଅଁଳାରେ ଥିବା କ୍ରମିୟମ ବ୍ଲଡ଼ ସୁଗାରର ଲେବୁଲ୍ କମାଇ ଦେଇଥାଏ । ତେଣୁ କରି ଡ଼ାଇମେଟିସ୍ ରୋଗୀ ମାନେ ଏହାକୁ ନିହାତି ଭାବରେ ସେବନ କରିବା ଉଚିତ୍ ।
• ଅଁଳା ସେବନ ଆଖି ପାଇଁ ମଧ୍ୟ ବହୁ ଭଲ କାର୍ଯ୍ୟ କରିଥାଏ । ମୋତିଆ ବିନ୍ଦୁ , ଆଖିକୁ ଝାପସା ଦେଖାଯାଉଥିବା ଲୋକଙ୍କ ପାଇଁ ଅଁଳା ବହୁ ହିତକାରୀ ହୋଇଥାଏ । ଏହା ଆଖିର ଉଜ୍ଜଳତା ବଢାଇବାରେ ସାହାର୍ଯ୍ୟ କରିଥାଏ ।
• ସର୍ଦ୍ଦି ରେ ସାଧାରଣତ୍ୱ ସମସ୍ତଙ୍କ ରୂପି ସମସ୍ୟା ଦେଖାଯାଇଥାଏ । ଏହି ସମୟରେ ଆପଣ ଆପଣଙ୍କ ଡ଼ାଏଟ୍ ପ୍ଲlନ୍ରେ ଅଁଳାକୁ ବି ସେବନ କରନ୍ତୁ । ଯାହା ଦ୍ୱାରା ଆପଣଙ୍କ କେଶ ଓ ତ୍ୱଚାର ଗୁଣବତ୍ୱାରେ ସୁଧାର ଆସିଥାଏ ।
• ଅଁଳା ସେବନ ଦ୍ୱାରା ଏସିଡ଼ିଟି ଏବଂ ପାଚନ ପ୍ରକ୍ରିୟାରେ ମଧ୍ୟ ନିସ୍ତାର ମିଳିଥାଏ । ଯେଉଁ ମାନଙ୍କର ଏହା ନିତିଦିନିଆ ସମସ୍ୟା ରହିଛି ସେମାନେ ଏହାକୁ ସେବନ କରିବା ଉଚିତ୍ ।
• ଅଂଳା ଶରୀରର ରକ୍ତ ସଫା କରିବାରେ ମଧ୍ୟ ବେଶ୍ ସହାୟକ ହୋଇଥାଏ । ଏହା ତ୍ୱଚା ପାଇଁ ବହୁ ଭଲ କାମ କରିଥାଏ । ଏହା ମୁହଁକୁ ସଫା ଓ ଉଜ୍ଜଳ କରିବାରେ ସହାୟକ ହୋଇଥାଏ ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular