ମୁମ୍ୱାଇ: ମା ହେଲେ ବଲିଉଡ଼ ଅଭିନେତ୍ରୀ ଅମ୍ରିତା ରାଓ । ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏନେଇ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ଅମ୍ରିତାଙ୍କ ସମ୍ପର୍କୀୟ । ସୂଚନାମୁତାବକ ଉଭୟ ମାଓ ପୁଅ ଦୁହେଁ ସୁସ୍ଥ ଅଛନ୍ତି । ସମସ୍ତଙ୍କ ଶୁଭେଚ୍ଛା ଏବଂ ଆଶୀର୍ବାଦ ପାଇଁ ଧନ୍ୟବାଦ ଦେଇଛନ୍ତି ଅମ୍ରିତା ଏବଂ ତାଙ୍କ ସ୍ୱାମୀ ରେଡିଓ ଜୋକି ଅନମୋଲ୍।

ବଲିଉଡର ସୁପରହିଟ୍ ଫିଲ୍ମ ‘ବିବାହ’ର ହିରୋଇନ୍ ଅମ୍ରିତା ୨୦୧୬ ମସିହାରେ ଅନମୋଲଙ୍କୁ ବିବାହ କରିଥିଲେ। ପାଖାପାଖି ୭ ବର୍ଷ ଧରି ପ୍ରେମ ସମ୍ପର୍କ ଚାଲିବା ପରେ ଶେଷରେ ୨୦୧୬ରେ ଉଭୟ ପରସ୍ପରକୁ ଜୀବନସାଥୀ କରି ନେଇଥିଲେ । ଗର୍ଭବତୀ ଥିବା ନେଇ ଅମୃତା ଗତ ମାସ ସୋଶାଲ ମିଡିଆରେ ଫ୍ୟାନ୍ସଙ୍କୁ ଜଣାଇଥିଲେ।

ବଲିଉଡ ଫିଲ୍ମ ‘ମେଁ ହୁଁ ନା’, ‘ବିବାହ’ ଆଦି ଫିଲ୍ମ ପାଇଁ ସେ ଖୁବ୍ ଲୋକପ୍ରିୟ ହୋଇଥିଲେ। ବିବାହ ଫିଲ୍ମ ପାଇଁ ସେ ଦାଦାସାହେବ ଫାଲକେ ଆଓ୍ୱାର୍ଡ ପାଇଥିଲେ। ଅନ୍ତିମ ଥର ପାଇଁ ୨୦୧୯ରେ ‘ଠାକରେ’ ସିନେମାରେ ତାଙ୍କୁ ଦେଖିବାକୁ ମିଳିଥିଲା।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0