ପୁରୀ: ପୁରୀକୁ ସ୍ବଚ୍ଛ ଐତିହ୍ୟ ସହର ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ‘ମୋ ଧାମ, ମୋ ଗର୍ବ’ ଅଭିଯାନ ପୁରୀଠାରେ ଆରମ୍ଭ ହୋଇଛି। ପୁରୀ ଗୋବର୍ଦ୍ଧନ ମଠ ପରିସରରେ ଜଗଦଗୁରୁ ଶଙ୍କରାଚାର୍ୟ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ଏହାର ଲୋଗୋ ଓ ଟ୍ୟାଗ ଲାଇନ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଜଗତଗୁରୁ ଶଙ୍କରାଚାର୍ୟ୍ୟ ଏଭଳି ଏକ ମହତ କାର୍ୟ୍ୟକୁ ସ୍ବାଗତ କରିଛନ୍ତି।ଏହି ଅଭିଯାନ ଆରମ୍ଭ ପୂର୍ବରୁ ସ୍ବଚ୍ଛତା ଉପରେ ଲୋଗୋ ଓ ଟ୍ୟାଗ ଲାଇନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରାୟ ୧୩ହଜାର ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ। ସପ୍ତାହେବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ଅଭିଯାନର ପ୍ରଥମ ଦିନରେ ଲୋଗୋ ଉନ୍ମୋଚନ ଓ ପୁରସ୍କାର ବିତରଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିବାବେଳେ ଦ୍ବିତୀୟ ଦିନ ନଭେମ୍ବର ୨ ଓ ୩ ତାରିଖରେ ପୁରୀ ପୌରାଞ୍ଚଳରେ ବ୍ୟାପକ ସଫେଇ କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି।



Visitors Today : 1
Total Visitors : 130304
Total Views : 9891807
Visitors Online Now : 0