ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ରାସଙ୍ଗ ପଞ୍ଚାୟତ ର ଗଣପତିଶ୍ଵର ଙ୍କ ପୀଠରେ ଜନ ଅଧିକାର ବିକାଶ ମଞ୍ଚ ସହଯୋଗ ରେ ନଭେମ୍ବର ୨୬ ସମ୍ବିଧାନ ଦିବସ ପାଳନ କରାଯାଇଥିଲା।ମୁଖ୍ୟ ଅତିଥି ସଂଚାର ସମ୍ପାଦକ ପ୍ରଫୁଲ୍ଲ କୁମାର ମିଶ୍ର, ଜନଅଧିକାର ବିକାଶ ମଞ୍ଚ ସଭାପତି ତଥା ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ମିଶ୍ର,ବାମଦେବ ମନ୍ଥନ,ଭିକାରୀ ଚରଣ ସାହୁ,ମାର୍କଣ୍ଡ ଚରଣ ପ୍ରଧାନ, ବଡ଼ସିଳୀଙ୍ଗା ପଞ୍ଚାୟତ ର ସରପଞ୍ଚ ପ୍ରଫୁଲ୍ଲ ନାୟକ ଯୋଗଦେଇ ସମାଜ ରେ ଥିବା ସମସ୍ୟା ର ସମାଧାନ,ସମ୍ବିଧାନ ର ମହାନତା,ଆଗାମୀ ସମୟ ପାଇଁ ପ୍ରସ୍ତୁତି, ସମ୍ବିଧାନ ର ମୁଖବନ୍ଧ ପଠନ ସହିତ ଶପଥ ଗ୍ରହଣ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ଗଣିଆ ବ୍ଲକ ର ପ୍ରତେକ ପ୍ରଞ୍ଚୟତ ର ପ୍ରମୁଖ ଯୁବପିଢି ଯୋଗଦେଇଥିଲେ।ସ୍ଵଚ୍ଛାସେବି ଶୁଭାଶିଷ ମିଶ୍ର କାର୍ଯ୍ୟକ୍ରମ କୁ ସହଯୋଗ କରାଇଥିଲେ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0