ଥମିବାରେ ନା ଧରୁନି ରାଜକନିକା ଖରସ୍ରୋତା ଜଳ ବିବାଦ। ସଂଗ୍ରାମ ସମିତିର ଗଣଧାରଣା ପାଖାପାଖି ଏକମାସ ହେବ ଜାରି ରହିଥିବା ବେଳେ ରାଜ୍ୟ ସରକାର ପୋଲିସ ଲଗାଇ ଯୁଧକାଳୀନ ଭିତ୍ତିରେ ପ୍ରକଳ୍ପ କାର୍ୟ୍ୟ ଜାରି ରଖିଛନ୍ତି। ଯାହାକୁ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରୁଛି ଖରସ୍ରୋତା ବଞ୍ଚାଓ ସଂଗ୍ରାମ ସମିତି।ରକ୍ତ ଦେବୁ ପଛେ ଜଳ ଦେବୁନାହିଁ ବୋଲି ସ୍ଲୋଗାନକୁ ତୀବ୍ରତର କରୁଛି ସଂଗ୍ରାମ ସମିତି।ତେବେ ସଂଗ୍ରାମ ସମିତି ପକ୍ଷରୁ ଗଣଧାରଣା ସ୍ଥଳରେ ଏକ ସର୍ବ ଦଳୀୟ ବୈଠକ ଡ଼କାଯାଇ ଆଗାମୀ ଦିନର ରଣନୀତି ପାଇଁ ଆଲୋଚନା କରାଯାଇଛି। ବୈଠକରେ ସଂଗ୍ରାମ ସମିତିକୁ ସମର୍ଥନ ଜଣାଇ ଆଳି ଓ ରାଜକନିକା ର ବିଭିନ୍ନ ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0