spot_img

ରାଜସ୍ଥାନ ପ୍ୟାଲେସ୍‌ରେ କରିବେ ବିବାହ ଭିକି ଓ କ୍ୟାଟ୍ରିନା

ବଲିଉଡରେ ଶାହାନାଇ ବାଜିବା ପାଇଁ ପୁରାପୁରି ପ୍ରସ୍ତୁତି ଚାଲିଛି । ବଲିଉଡ୍‌ରେ ପ୍ରାୟତଃ ସମସ୍ତଙ୍କ ନାଁ ଏବେ ବିବାହ ପାଇଁ ଉଠୁଛି । ଏହି ଲିଷ୍ଟରେ କାଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ନାଁ ଆସିଛି କୁଆଡେ ଶୁଣିବାକୁ ମିଳୁଛି ଯେ ଦୁହେଁ ଆସନ୍ତା ଡିସେମ୍ବର ୭ରେ ବିବାହ କରିବେ। ଏହାର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇ ସାରିଛି । କ୍ୟାଟ୍ରିନା ଏନେଇ ଲେହେଙ୍ଗା ଠାରୁ ଆମ୍ଭ କରି ୱେଡିଙ୍ଗ ଭେନ୍ୟୁ ପର୍ଯ୍ୟନ୍ତ ସବୁ ଡିସାଇଡ୍‌ ହୋଇ ଯାଇଛି । ଏହାର ପ୍ରସ୍ତୁତି ମଧ୍ୟ ବହୁ ସ୍ପେଶାଲ୍‌ ଭାବେ କରାଯାଇଛି । ରାଜସ୍ଥାନର ସାୱାଇ ମାଧୋପୁରର ସିକ୍ସ ସେନ୍ସ ଦୁର୍ଗରେ କ୍ୟାଟ୍ରିନା କୈଫ୍ ଏବଂ ବିକି କୌଶଲ ବିବାହ କରିବାକୁ ଯାଉଛନ୍ତି, ଏହି ଦୁର୍ଗ ବହୁତ ବିଳାସପୂର୍ଣ୍ଣ ଏବଂ ବହୁତ ବଡ ଅଟେ। ଖବର ରହିଛି ଯେ ବିବାହ ରୀତିନୀତି ୧-୭ ଡିସେମ୍ବର ଠାରୁ ପୁରା ସପ୍ତାହ ପର୍ଯ୍ୟନ୍ତ ଚାଲିବ । କ୍ୟାଟ୍ରିନା ତାଙ୍କ ବିବାହ ଦିନକୁ ଅତି ରାଜକୀୟ କରିବାକୁ ଚାହୁଁଥିଲେ, ସେ ରାଜସ୍ଥାନର ସଂସ୍କୃତିକୁ ବହୁତ ଭଲ ପାଆନ୍ତି । ସେଥିପାଇଁ ସେ ରାଜସ୍ଥାନରେ ତାଙ୍କ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କ୍ୟାଟ୍ରିନା ନିଜକୁ ରାଣୀ ପରି ଅନୁଭବ କରିବାକୁ ଚାହୁଁଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular