ଗଞ୍ଜାମ: ରାଜ୍ୟରେ ସବୁ ଅଙ୍ଗନଓ୍ୱାଡ଼ି କର୍ମୀଙ୍କ ପାଖରେ ଏବେ ରହିବ ନିଜର ମୋବାଇଲ ଫୋନ୍। ଏନେଇ ଘୋଷଣା କରିଛନ୍ତି ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଟୁକୁନି ସାହୁ। ବିଭିନ୍ନ ସରକାରୀ ସୂଚନା ଜାଣିବା ପାଇଁ ଅଙ୍ଗନଓ୍ୱାଡି କର୍ମୀଙ୍କୁ ମୋବାଇଲ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। କୌଣସି ସରକାରୀ ଖବର ପାଇବାକୁ ହେଲେ ବହୁତ ସମୟ ଅପେକ୍ଷା କରିବାକୁ ପଡ଼ୁଥିଲା।
କିନ୍ତୁ ମୋବାଇ ଦେବା ଦ୍ୱାରା ବହୁତ ଅଳ୍ପ ସମୟରେ ଅଙ୍ଗନଓ୍ୱାଡ଼ି କେନ୍ଦ୍ରର ଖବର ଶୀଘ୍ର ପହଞ୍ଚିବ। ସମସ୍ତ ଅଙ୍ଗନୱେଡ଼ି କେନ୍ଦ୍ରରେ SHG ମହିଳା ମାନଙ୍କୁ ସକ୍ରୀୟ କରିବା ପାଇଁ ଏହି ଫୋନ ବଣ୍ଟନ କରାଯିବ। ଏହା ସହିତ ସବୁ ଅଙ୍ଗନଓ୍ୱାଡ଼ି ସେଣ୍ଟରରେ ପିଲାମାନଙ୍କର ହାଇଟ ଏବଂ ଓ୍ୱେଟ ମାପିବା ପାଇଁ ମେସି ଦିଆଯିବ। ଖାଲି ସେତିକି ନୁହେଁ ସବୁ ଅଙ୍ଗନଓ୍ୱାଡ଼ି କେନ୍ଦ୍ରକୁ ଫିଲଟର ଦିଆଯିବାର ବ୍ୟବସ୍ଥା କରାଯାଇଛି। ଆଜିର ବୈଠକରେ ଅଙ୍ଗନଓ୍ୱାଡ଼ି କର୍ମୀ ମାନଙ୍କର ଅନେକ ଅସୁବିଧା ସାମ୍ନାକୁ ଆସିଥିଲା। ଏହି ସମସ୍ତ ସମସ୍ୟାକୁ ସମାଧାନ କରିବା ପାଇଁ କହିଛନ୍ତି ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଟୁକୁନି ସାହୁ ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0