ବ୍ରହ୍ମପୁର : ବ୍ରହ୍ମପୁର ଗଣେଷ ନଗର ପ୍ରଥମ ଲାଇନ୍ରେ ନକଲି ସାମଗ୍ରୀ କାରବାର ଚାଲିଥିଲା। ଅତର୍କିତ ଭାବେ ପୋଲିସ ଚଢ଼ାଉ କରିଛି। ବିପୁଳ ପରିମାଣରେ ନକଲି ସାମଗ୍ରୀ ଜବତ କରିଛି ପୋଲିସ। ଏ କାରବାରରେ ସଂପୃକ୍ତ ଜଣଙ୍କୁ ପୋଲିସ ଅଟକ ରଖିଛି। ବଡ ବଜାର ଥାନାର ଅଧିକାରୀ ଏ ସଂପର୍କରେ ସୂଚନା ଦେଇଛନ୍ତି। କେବଳ ବ୍ରହ୍ମପୁର ନୁହେଁ ରାଜ୍ୟର ବିଭିନ୍ନ ପ୍ରମୁଖ ସହରରେ ନକଲି ଖାଦ୍ୟ ସାମଗ୍ରୀ କାରବାର ଚାଲିଥିବା ଖବର ସାମ୍ନାକୁ ଆସୁଛି। ଗତକିଛି ଦିନ ତଳେ କଟକରେ ସର୍ବାଧିକ ନକଲି ସାମଗ୍ରୀ ଜବତ କରାଯାଇଛି। ନକଲି ପନିରଠାରୁ ଆରମ୍ଭ କରି ଘିଅ ପର୍ଯ୍ୟନ୍ତ ବିଭିନ୍ନ ସାମାଗ୍ରୀ କଟକରୁ ଜବତ ହୋଇଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0