ବୋଫୋର୍ସ ଗନ୍ କାର୍ଗିଲ ଯୁଦ୍ଧରେ ଭାରତୀୟ ଯବାନଙ୍କ ପାଇଁ ବରଦାନ ପାଲଟିଥିଲା। ଏହି ଗନ୍ ଦ୍ୱାରା କାର୍ଗିଲ ଯୁଦ୍ଧରେ ପାକିସ୍ତାନକୁ ଭାରତ ଧୂଳି ଚଟାଇଥିଲା। ବୋଫୋର୍ସ ଗନ୍ ଏପରି ଏକ ଗନ୍ ଯାହା କମ୍ ତାପମାତ୍ରାରେ ମଧ୍ୟ ଭଲ କାର୍ଯ୍ୟକ୍ଷମ ହୋଇଥାଏ। ୨୭ କିଲୋମିଟର ଦୂର ପର୍ଯ୍ୟନ୍ତ ଏହା ଶତ୍ରୁ ପକ୍ଷକୁ ଟାର୍ଗେଟ୍ କରିବାର କ୍ଷମତା ରଖିଛି। ଏବେ ଡରିବ ଡ୍ରାଗନ। ଚୀନ୍କୁ ମୁହଁତୋଡ ଜବାବ ଦେବ ଭାରତ। ଅରୁଣାଚଳ ପ୍ରଦେଶ ଏଲ୍ଏସିରେ ବୋଫର୍ସ ଗନ୍ ମୁତୟନ କଲା ଭାରତ। M-777 ହ୍ୱାଇଜର୍ ଏବଂ ସ୍ୱିଡିଶ୍ ବୋଫର୍ସ ବନ୍ଧୁକ ବ୍ୟତୀତ ଉଚ୍ଚ ପର୍ବତାଞ୍ଚଳରେ ଭାରତ ପକ୍ଷରୁ L-70 ଆଣ୍ଟି-ଏୟାରକ୍ରାଫ୍ଟ ବନ୍ଧୁକ ମୁତୟନ କରାଯାଇଛି। ଜରୁରୀକାଳୀନ ପରିସ୍ଥିତିରେ ଭାରତୀୟ ସେନା କୌଣସି ସମସ୍ୟାର ସମ୍ମୁଖୀନ ହେବା ଉଚିତ୍ ନୁହେଁ। ଭାରତୀୟ ସେନା ପୂର୍ବରୁ ପୂର୍ବ ସେକ୍ଟରରେ ବହୁ ସଂଖ୍ୟକ ବୋଫର୍ସ ଏବଂ ହାୱିଜର ବନ୍ଧୁକ ନିୟୋଜିତ କରିସାରିଛି। ସେଗୁଡିକ ଭାରତର ଫାୟାର ପାୱାରର ମେରୁଦଣ୍ଡ ବୋଲି କୁହଯାଏ। କେବଳ ଏତିକି ନୁହେଁ ଚୀନ୍ ସହ ବିବାଦ ପରେ ଭାରତ ତା’ର ସେନା ପ୍ରସ୍ତୁତିକୁ ଆହୁରି ଜୋରଦାର କରିଛି। ସୈନ୍ୟ ଅଧିକାରୀ ମୁତାବକ, LAC ସହିତ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନ ବ୍ୟତୀତ ଅରୁଣାଚଳ ପ୍ରଦେଶର ଅନେକ ପ୍ରମୁଖ ସ୍ଥାନରେ ଆଣ୍ଟି-ଏୟାରକ୍ରାଫ୍ଟ ଗନ୍ ନିୟୋଜିତ କରାଯାଇଛି। ଏହାଦ୍ୱାରା ସେନାର ବାୟୁ ପ୍ରତିରକ୍ଷା ପ୍ରଣାଳୀ ମଜବୁତ ହୋଇଛି। ଆର୍ମି ଏୟାର ଡିଫେନ୍ସର କ୍ୟାପଟେନ ସାରିଆ ଅବ୍ବାସି କହିଛନ୍ତି ଯେ L-70 ଆଣ୍ଟି-ଏୟାରକ୍ରାଫ୍ଟ ବନ୍ଧୁକର ସମସ୍ତ ପ୍ରକାର ମାନବ ବିହୀନ ଯାନ, ମାନବବିହୀନ ଯୁଦ୍ଧ ବିମାନ, ହେଲିକପ୍ଟର ଏବଂ ଆଧୁନିକ ବିମାନକୁ ଟାର୍ଗେଟ କରିପାରିବା କ୍ଷମତା ରହିଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0