ନୂଆଦିଲ୍ଲୀ – ରିଲାଏନ୍ସ ଚେୟାରମ୍ୟାନ ଅନିଲ ଅମ୍ବାନୀଙ୍କୁ ଆଶ୍ଵସ୍ତି ଦେଇ ସୁପ୍ରିମକୋର୍ଟ କୋର୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆର ଆବେଦନକୁ ଖାରଜ କରିଛନ୍ତି। ଆବେଦନରେ ବ୍ୟବସାୟୀଙ୍କ ବ୍ୟକ୍ତିଗତ ଦେବାଳିଆପଣ ଉପରେ ରୋକ୍ ଲଗାଇବାକୁ ଦାବି କରାଯାଇଥିଲା। ରିଲାଏନ୍ସ କମ୍ୟୁନିକେସନ ଓ ରିଲାଏନ୍ସ ଇନଫ୍ରାଟେଲ ଏସବିଆଇଠୁ ଋଣ ନେଇଥିଲା ଏବଂ ଏଥିରେ ଅନିଲ ଅମ୍ବାନୀ ଗ୍ୟାରେଣ୍ଟର ଥିଲେ। ଗୁରୁବାର ଏହି ଶୁଣାଣି ସମୟରେ ସୁପ୍ରିମକୋର୍ଟ ଅକ୍ଟୋବର ୬ରେ ଏହି ମାମଲାର ବିଚାର କରିବାକୁ ଦିଲ୍ଲୀ ହାଇକୋର୍ଟକୁ କହିଛନ୍ତି। ନିକଟରେ ଏସବିଆଇ ଅନିଲ ଅମ୍ବାନୀଙ୍କଠୁ ୧୨୦୦ କୋଟି ଟଙ୍କାର ବକେୟା ଆଦାୟ ପାଇଁ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲା। ହେଲେ ଦିଲ୍ଲୀ ହୋଇକୋର୍ଟ ଅନିଲ ଅମ୍ବାନୀ ଦେବାଳିଆ ହୋଇଥିବାରୁ ବକେୟା ଆଦାୟ ଉପରେ କିଛି ସମୟ ପାଇଁ ରୋକ ଲଗାଇଥିଲେ। ରିଲାଏନ୍ସ କମ୍ୟୁନିକେସନ(ଆରକମ୍) ନେଇଥିବା ଋଣରେ ଅନିଲ ଅମ୍ବାନୀ ଗ୍ୟାରେଣ୍ଟର ଅଛନ୍ତି। ୨୦୧୫ରେ ଆରକମ ଓ ରିଲାଏନ୍ସ ଇନଫ୍ରାଟେଲ୍ ଏସବିଆଇ ପ୍ରୋଜେକ୍ଟ ଫାଇନାନ୍ସ ଷ୍ଟ୍ରାଟେଜିକ୍ ବିଜନେସ୍ ୟୁନିଟ୍ ସହ ଯୋଗାଯୋଗ କରି ୫୬୫ କୋଟି ଏବଂ ୬୩୫ କୋଟି ଟଙ୍କା ଲୋନ ପାଇଁ ଆବେଦନ କରିଥିଲା। ଏସବିଆଇ ମାର୍ଚ୍ଚ ମାସରେ ଦେବାଳିଆ ଏବଂ ଦେବାଳିଆପନ ସଂହିତା(ଆଇବିସି)ଆଧାରରେ ବ୍ୟକ୍ତିଗତ ଗ୍ୟାରେଣ୍ଟର ଥିବା ବ୍ୟକ୍ତିଙ୍କଠୁ ବକେୟା ଆଦାୟ କରିବାକୁ ଆଦେଶ ଦେବାକୁ କୋର୍ଟରେ କହିଥିଲା। କିନ୍ତୁ ସେହି ମାସରେ ଏସବିଆଇ ବୋର୍ଡ ଆରକମ ପାଇଁ ଏକ ପ୍ରସ୍ତାବ ଯୋଜନାକୁ ମଞ୍ଜୁରୀ ଦେଇଥିଲା, ଯେଉଁ ଆଧାରରେ ଋଣଦାତାଙ୍କୁ ତାର ବକେୟାର ଋଣର ପ୍ରାୟ ୨୩୦୦୦ କୋଟି ଟଙ୍କା ଧାର ନେଇଥିବା ସଂସ୍ଥାଠୁ ଆଦାୟ ହୋଇ ପାରିଥିଲା। ଜୁନରେ ଅମ୍ବାନୀ ଦାବି କରିଥିଲେ ଯେ ଏହି ଋଣ ବ୍ୟକ୍ତିଗତ ଉଧାର ନଥିଲା ବରଂ ୨୦୧୬ରେ ଏସବିଆଇ ଗ୍ୟାରେଣ୍ଟର ଆଧାରରେ ଆରକମ ଏବଂ ରିଲାଏନ୍ସ ଇନଫ୍ରାଟେଲ୍କୁ ଲୋନ ଦେବା ପ୍ରକ୍ରିୟାରେ ଆଗକୁ ବଢିଥିଲା। ଆରକମର ଏସବିଆଇ ଉପରେ ପ୍ରାୟ ୫୦୦୦ କୋଟି ଟଙ୍କାର ବକେୟା ରହିଛି। ଏହି ମାମଲାକୁ କେବଳ ଏଥିପାଇଁ ଦେଖାଯିବ କାରଣ ଅନିଲ ଅମ୍ଵାନୀ ଏଥିରେ ସାମିଲ ବରଂ ଏଥିପାଇଁ ମଧ୍ୟ ବିଚାର କରାଯିବ କାରଣ ଏଥିରେ ଆଇବିସିର ବ୍ୟକ୍ତିଗତ ଗ୍ୟାରେଣ୍ଟି ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରାଯାଇଛି।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0