ଅନିଲ ଦେଶମୁଖ ଗୃହମନ୍ତ୍ରୀ ଥିବା ବେଳେ ପୋଲିସ କମିଶନର ପରମବୀର ସିଂଙ୍କ ନାଁରେ ୧୦୦ କୋଟି ଟଙ୍କାର ବଟି ଆଦାୟ କରିଥିଲେ । ଏବେ ଏହି ଘଟଣାର ତଦନ୍ତ ସିବିଆଇ ଏବଂ ଇଡି କରୁଛନ୍ତି । ବିନା ଅନୁମତିରେ ଏବେ ସେ ଆଉ ଭାରତ ଛାଡିପାରିବେ ନାହିଁ । ମନି ଲଣ୍ଡ୍ରଂ ମାମଲାରେ ତାଙ୍କୁ ବାରମ୍ବାର ନୋଟିସ ଜାରୀ କରାଯାଇଥିଲେ ମଧ୍ୟ ସେ ହାଜର ହୋଇ ନ ଥିଲେ । ଫଳରେ ଇଡି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଅନୀଲ ଦେଶମୁଖଙ୍କ ନାଁରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଲୁକଆଉଟ ନୋଟିସ ଜାରୀ କରିଛି । ସୂଚନାଯୋଗ୍ୟ, ଇଡି ବିରୋଧରେ ଅନୀଲ ଦେଶମୁଖ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଥିଲେ ମଧ୍ୟ ତାଙ୍କୁ ଆଶ୍ୱସ୍ତି ମିଳି ନ ଥିଲା |



Visitors Today : 0
Total Visitors : 130166
Total Views : 9891611
Visitors Online Now : 0