spot_img

ଡିସିପିଙ୍କୁ ମୂର୍ତ୍ତି ଉଚ୍ଚତା ଜଣାଇବେ ପୂଜା କମିଟି

ଦୁର୍ଗାପୂଜାରେ ମୂର୍ତ୍ତିର ଉଚ୍ଚତା ନେଇ ନୂଆ ନିଷ୍ପତ୍ତି ଆସିଛି । ପୂଜା କମିଟି ଓ ଡିସିପିଙ୍କ ମଧ୍ୟରେ ଗତକାଲି ଆଲୋଚନା ହୋଇଥିଲା । ମୂୂର୍ତ୍ତିର ଉଚ୍ଚତାକୁ ନେଇ କମିଟିଗୁଡ଼ିକ ଅସନ୍ତୁଷ୍ଟ ଥିଲେ । ଗତକାଲି ମୂର୍ତ୍ତିର ଉଚ୍ଚତା ୪ ଫୁଟ ବଦଳରେ ୭ ଫୁଟ ରଖିବାକୁ ପ୍ରସ୍ତାବ ଦିଆଯାଇଥିଲା । ୪ ଫୁଟ ଉଚ୍ଚର ମୂର୍ତ୍ତି ନିର୍ଦ୍ଦେଶକୁ ନେଇ ହାଇକୋର୍ଟ ଯାଇଥିଲେ ବିଭିନ୍ନ ପୂଜା କମିଟି । ଆଜି ସନ୍ଧ୍ୟା ୭ଟା ସୁଦ୍ଧା ତିଆରି ଚାଲିଥିବା ମୂର୍ତ୍ତି ଉଚ୍ଚତା ଜଣାଇବେ ପୂଜା କମିଟି । ପ୍ରତ୍ୟେକ ପୂଜା କମିଟି ନିଜ ନିଜ ମୂର୍ତ୍ତି ଉଚ୍ଚତା ଡିସିପିଙ୍କୁ ଜଣାଇବେ । ଡିସିପିଙ୍କୁ ଜଣାଇବା ପରେ ପୁଲିସ ପୂଜା ମଣ୍ଡପ ବୁଲି ଦେଖିବ । କମିଟି ଆବେଦନ ଅନୁସାରେ ମୂର୍ତ୍ତି ଉଚ୍ଚତା ପାଇଁ ଅନୁମତି ଦିଆଯିବ । ଏବେ ଯେଉଁ କମିଟି ଯେତିକି ଉଚ୍ଚର ମୂର୍ତ୍ତି କରିଥିବେ, ସେତିକି ରଖିବେ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular