ଭୁବନେଶ୍ୱର: ANMଙ୍କ ଆନ୍ଦୋଳନ ପ୍ରସଙ୍ଗରେ ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବିବୃତି ରଖିଛନ୍ତି । ଏଏନଏମମାନଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦିଆଯିବ। ରାଜ୍ୟରେ ୧ ହଜାର ୯୯ ANM ପଦବୀ ଖାଲି ଅଛି। କରୋନା ସମୟରେ ଏଏନଏମମାନଙ୍କୁ ସର୍ତ୍ତାବଳୀ ଅନୁସାରେ ରାଜ୍ୟ ସରକାର ନିଯୁକ୍ତି ଦେଇଥିଲେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି । ଅନ୍ୟପକ୍ଷରେ ଶୁକ୍ରବାର ଗୃହର ପ୍ରଶ୍ନୋତ୍ତର କାର୍ୟ୍ୟକ୍ରମରେ ବେଆଇନ ବାଲି ଚାଲାଣ ନେଇ ଉଦବେଗ ପ୍ରକାଶ ପାଇଛି । ରାଜ୍ୟରେ ନୂଆ ବାଲିନୀତି ଆଣିବାକୁ ଦାବି କରାଯାଇଛି । ୨୦୧୮ରେ ଆସିଥିବା ବାଲି ନୀତିକୁ କାହିଁକି ଏଯାଏଁ କାର୍ୟ୍ୟକାରୀ କରାଯାଉନି, ସେନେଇ ବିଜେପି ଓ କଂଗ୍ରେସ ବିଧାୟକମାନେ ରାଜସ୍ବ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଏହି ପ୍ରସଙ୍ଗରେ ବାଚସ୍ପତି ମଧ୍ୟ ଉଦବେଗ ପ୍ରକାଶ କରିଥିଲେ। ବାଚସ୍ପତିଙ୍କ ନିଜ ନିର୍ବାଚନମଣ୍ଡଳୀରୁ ଆନ୍ଧ୍ରକୁ ବାଲି ଚାଲାଣ ହେଉଛି। ଏ ପ୍ରସଙ୍ଗରେ ମନ୍ତ୍ରୀ ଉତ୍ତର ରଖିଛନ୍ତି । ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି, ବିଦେଶକୁ ବାଲି ଚାଲାଣ ହେଉନାହିଁ । ବିଭିନ୍ନ ସମୟରେ ଦୁଇ ତିନିଟି ରାଜ୍ୟକୁ ଆମେ ବାଲି ଦେଉଛୁ । ୧୪୪ଟି ତହସିଲକୁ ସମ୍ବେଦନଶୀଳ ଭାବେ ଘୋଷଣା କରାଯାଇଛି। ସେଠାରେ ଅତିରିକ୍ତ ଆରଆଇ ଓ ଅମିନ ନିଯୁକ୍ତି କରାଯାଇଛି। ସେମାନେ ଆଇନ ଅନୁଯାୟୀ ବେଆଇନ କାମ କରୁଥିବା ବ୍ୟକ୍ତିବିଶେଷଙ୍କୁ ଗିରଫ କରିପାରିବେ । ବାଲି ବାବଦରେ ରାଜ୍ୟ ସରକାର ୧୫୦୦ କୋଟି ଟଙ୍କା ରାଜସ୍ବ ପାଉଛନ୍ତି । ତେବେ ଓଡ଼ିଶା ବାଲି ଚାଲାଣ ବାବଦରେ ୫ହାଜର କୋଟି ଟଙ୍କା ରାଜସ୍ବ ହରାଉଛି ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି । ସେହିପରି ଅନୁ୍ୟନ ଏକ ପ୍ରଶ୍ନର ଉତ୍ତରରେ ଶକ୍ତିମନ୍ତ୍ରୀ କହିଛନ୍ତି, ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ବଳକା ରାଜ୍ୟ । ବିଧାୟକ ଅମର ଶତପଥୀଙ୍କ ପ୍ରଶ୍ନରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ଉତ୍ତର ରଖିଛନ୍ତି । ରାଜ୍ୟରେ ୧ ହଜାର ୫୫୯ ମେଗାୱାଟର ବିଦ୍ୟୁତ ବଳକା ରହୁଛି । ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏହି ଉତ୍ତର ଦେଇଛନ୍ତି ।ଟ୍ଟ ସେପଟେ ଗୃହର ମଧ୍ୟଭାଗରେ ଧାରଣାରେ ବସିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଧାନ ମଣ୍ଡି ପ୍ରସଙ୍ଗରେ ମନ୍ତ୍ରୀଙ୍କ ବିବୃତି ଦାବିରେ ନରସିଂହ ମିଶ୍ର ଧାରଣା ଦେଇଥିଲେ । କଂଗ୍ରେସର ଅନ୍ୟ ବିଧାୟକମାନେ ମଧ୍ୟ ଧାରଣାରେ ବସିଥିଲେ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0